କେନ୍ଦ୍ରାପଡ଼ା,୧୫/୦୯/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ବ୍ଲକ ଅଧିନ କଂସାର ପଂଚାୟତ ଅନ୍ତର୍ଗତ ଏଣ୍ଡର ଗ୍ରାମର କାଙ୍ଗାଳି ଜେନାଙ୍କର (୮୬) ପରଲୋକ ହୋଇଯାଇଛିି । ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମାପନ ହୋଇଥିବା ବେଳେ ଜ୍ୟେଷ୍ଠପୁତ୍ର ମୁଖାଗ୍ନି ଦେଇଥିଲେ ।
ସ୍ୱର୍ଗତ ଜେନା କଂସାର ସାହସପୁର ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ଶିକ୍ଷକ ଓ ସରସ୍ୱତୀ ଉଚ୍ଚ ବିଦ୍ୟାଳୟ କାଙ୍କଦିଆର ସଭାପତି,ଜିଲାଶିଳ୍ପକେନ୍ଦ୍ରର ଆଇପିଏଲ ଭଳି ପଦରେ ରହି ନିଷ୍ଟାର ସହିତ କାର୍ଯ୍ୟ କରୁଥିଲେ । ତାଙ୍କ ବିୟୋଗ ଖବର ପାଇ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା,ରବୀନ୍ଦ୍ରନାଥ ପଣ୍ଡା, ପରମାନନ୍ଦ ରାଉତ, ସମାଜସେବୀ ଚନ୍ଦ୍ରକାନ୍ତ ବେହେରା, କବିଚରଣ ବିଶ୍ୱାଳ, ଓସ୍ତପୁର ସମବାୟ ସମିତି ସଭାପତି ପ୍ରଦ୍ୟୁମ୍ନ କୁମାର ଜେନା, ମନୋଜ ନାୟକ, ପ୍ରଶାନ୍ତ କୁମାର ବେହେରା ପ୍ରମୁଖ ତାଙ୍କ ବାସବବନରେ ପହଂଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।
