ଭୁବନେଶ୍ୱର,୧୮/୦୬/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ଭୀମପୁରଠାରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ରଜ ମହୋତ୍ସବ ୨୦୨୫ ଉଦଯାପିତ ହୋଇଯାଇଛି । ଭୀମପୁର ରଜ ମହୋତ୍ସବ କମିଟି ଦ୍ୱାରା ଭି ଆ ପି ନୂଆ ଏୟାରପୋର୍ଟ ରୋଡ଼ ପାର୍ଶ୍ୱରେ ଖୁବ ଯାକଜମକରେ ଉତ୍ସାହ ଉଦ୍ଦୀପନାର ସହ ଏହି ରଜମହୋତ୍ସବ ଅନୁଷ୍ଠିତ ହୋଇଥିଲା ।
ଜୁନ ୧୪ ତାରିଖ ରୁ ଆରମ୍ଭ ହୋଇ ଜୁନ ୧୭ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ, ମେୟର ଶ୍ରୀମତୀ ସୁଲୋଚନା ଦାସ, ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଶ୍ରୀ ବାବୁ ସିଂ, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସୁରେଶ ରାଉତରାୟ, ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର, କର୍ପୋରେଟର ଶ୍ରୀ ଯୋଗେଶ ସିଂ, ମହାମାୟା ସ୍ୱାଇଁ, ପୁଷ୍ପା ରାଉତ, ଶ୍ରୀଧର ବେହେରା ପ୍ରମୁଖ ଯୋଗଦେଇଥିଲେ ।
ଏହି ଅବସରରେ ନୃତ୍ୟ, ସଂଗୀତ, ନାଟକ, ପୁଚି, ଦଉଡିଡିଆଁ,, ପିଠା,ରଙ୍ଗୋଲି ପ୍ରସ୍ତୁତି ଓ ମ୍ୟୁଜିକ ଚେୟାର ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଲିଉଡ଼ ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ପୁନମ ମିଶ୍ର, ବର୍ଷା ପ୍ରିୟ ଦର୍ଶିନୀ ପ୍ରମୁଖ ଯୋଗ ଦେଇଥିଲେ ।
ସ୍ଥାନୀୟ ସମାଜସେବୀ ତଥା ରଜ ମହୋତ୍ସବ କମିଟି ର ସଭାପତି ଶ୍ରୀ ଅଥୟ କୁମାର ମହାନ୍ତିଙ୍କ ପ୍ରତେକ୍ଷ ତତ୍ତ୍ୱ। ବଧାନରେ ଆୟୋଜିତ ଏହି ଉତ୍ସବରେ ବହୁସଂଖ୍ୟକ ସ୍ଥାନୀୟ ଲୋକ ଯୋଗଦେଇ ରଜ ମହୋତ୍ସବର ଆନନ୍ଦ ଉପଭୋଗ କରିଥିଲେ ।
