ମାହାଙ୍ଗା, ୧୨/୦୯/୨୦୨୫ ( ଓଡିଶା ସମାଚାର/ ଅଭୟ ଜେନା )- କଟକ ଜିଲ୍ଲା ମାହାଙ୍ଗା ବ୍ଲିକର ରଘୁନାଥ ସରକାରୀ ବିଦ୍ୟାପୀଠ କୋଠପଦା ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରଧାନମନ୍ତ୍ରୀଙ୍କ “ଏକ ପେଡ ମାଆ କେ ନାମ” ଆହ୍ୱାନକୁ ସାକାର କରିବାପାଇଁ ଏହି ଅଭିଯାନରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ସାମିଲ ହୋଇ ଥିଲେ ।
କୁଣ୍ଡି ସେବା ସମବାୟ ସମିତିର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଅଖିଳେଶ ମହାନ୍ତିଙ୍କ ନେତୃତ୍ୱରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରତାପ କୁମାର ନାୟକ, ବରିଷ୍ଠ ନାଗରିକ ରାମଚନ୍ଦ୍ର ମହାପାତ୍ର, ବିକାଶ ପରିଷଦ ସଭାପତି ନିରଞ୍ଜନ ମୁଦୁଲି, ପୂର୍ବତନ ସରପଞ୍ଚ ହେମନ୍ତ ପ୍ରଧାନ,ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ବିଷ୍ନୁପ୍ରିୟା ସେଠୀ, ଏଡିଇଓ ବିଦୁଲତା ସିଂ,ଶିକ୍ଷକ ମାଗୁଣି ସାମଲ, ବ୍ରଜବନ୍ଧୁ ପଲେଇ, ଅଜୟ ସ୍ୱାଇଁ, ରବୀନ୍ଦ୍ର ପୃଷ୍ଟି, ଗଣେଶ ବିହାରୀ, ଜଗନ୍ନାଥ ପଣ୍ଡା, ସନାତନ ବିହାରୀ, ରଞ୍ଜୁଲତା ରାଉତ, ବାସବ ବେହେରା,ଅଜୟ ନନ୍ଦ, ନକୁଳ ଘଡେଇ ପ୍ରମୁଖ ଉପସ୍ଥିତ ଥିଲେ । ବିଦ୍ୟାଳୟ ପରିସରକୁ ପ୍ରଥମେ ପରିଷ୍କାର ପରିଚ୍ଛନ୍ନ କରାଯାଇଥିଲା । ଏହାପରେ ବୃକ୍ଷ ରୋପଣ କରା ଯାଇଥିଲା । 
କୁହୁଣ୍ଡା ପଞ୍ଚାୟତର ରଘୁନାଥ ବିଦ୍ୟାପୀଠ କୋଠପଦା, କଲ୍ୟାଣପୁର ଉଚ୍ଚ ପ୍ରାଥମିକ ସ୍କୁଲ,ଗଣକବି ବୈଷ୍ଣବ ପାଣି ମିନି ଷ୍ଟାଡିଅମ କୋଠପଦା, କଲ୍ୟାଣପୁର ଚନ୍ଦନ ପୋଖରୀ ବନ୍ଧ,କୁହୁଣ୍ଡା ପଞ୍ଚାୟତ ହାବିଳୀ ପୋଖରୀ ବନ୍ଧ ପ୍ରମୁଖ ବିଭିନ୍ନ ସ୍ଥାନରେ ବ୍ୟାପକ ବୃକ୍ଷ ରୋପଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ନିର୍ଦ୍ଦେଶ କ୍ରମେ,ମାହାଙ୍ଗା ବ୍ଲକ ପ୍ରଶାସନ ନିଷ୍ପତି ନେଇଥିବାରୁ, ଏହାକୁ ପଞ୍ଚାୟତର ସବୁ ବର୍ଗର ଜନସାଧାରଣଙ୍କ ପକ୍ଷରୁ ସ୍ୱାଗତ କରାଯାଇଛି । କେବଳ ବୃକ୍ଷ ରୋପଣ ନୁହେଁ, ଏହାର ଯତ୍ନ ନେବାକୁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ପ୍ରଧାନଶିକ୍ଷକ ଆହ୍ୱାନ ଦେଇଥିଲେ ।
