ବୁଲା ଗାଈଗୋରୁ ମୁକ୍ତ ହେବ ଭୁବନେଶ୍ୱର

୪୦ କୋଟି ବ୍ୟୟରେ ନିର୍ମାଣ ହେବ ଆଦର୍ଶ ଗୋଶାଳା
ଭୁବନେଶ୍ୱର,୧୨/୦୯/୨୦୨୫ (ଓଡ଼ିଶା ସମାଚାର)- ଭୁବନେଶ୍ୱରରେ ନିର୍ମାଣ ହେବ ଆଦର୍ଶ ଗୋଶାଳା । ୪୦ କୋଟି ବ୍ୟୟରେ ଏହି ଆଦର୍ଶ ଗୋଶାଳା ନିର୍ମାଣ କରାଯିବ । ଭୁବନେଶ୍ୱରର ବୁଲା ଗାଈଗୋରୁଙ୍କୁ ସେଠାରେ ରଖାଯିବା ସହିତ ରାଜଧାନୀକୁ ସମ୍ପୂର୍ଣ୍ଣ ରୂରେ ବୁଲା ଗାଇଗୋରୁ ମୁକ୍ତ କରାଯିବ ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି । ଏଥିପାଇଁ ସରକାର ବଡ ଯୋଜନା କରିଛନ୍ତି ।

ଆଦର୍ଶ ଗୋଶାଳା ପାଇଁ ଜମି ବି ଚିହ୍ନଟ ସରିଛି । ଗୋମାତାଙ୍କ ଗୋବର ଏବଂ ଗୋମୂତ୍ରରୁ ବିଭିନ୍ନ ଉତ୍ପାଦ ବାହାରିବ । ସରକାର ଏ ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହା ପୂର୍ବରୁ ରଜ୍ୟର ବିଭିନ୍ନ ସ୍ଥାନରେ ଗୋଶାଳା ନିର୍ମାଣ ଆରମ୍ଭ ହୋଇଛି । ସେହିପରି ସହରାଂଚଳଗୁଡିକରେ ରାଜରାସ୍ତାରୁ ଗାଈଗୋରୁଙ୍କୁ ହଟାଇବା ପାଇଁ ୫ଟି ସ୍ଥାନରେ ଗୋଶାଳା କରାଯାଉଛି । ରାସ୍ତାରେ ଦୁର୍ଘଟଣା ଯୋଗୁ ଉଭୟ ଲୋକ ଏବଂ ଗାଈଗୋରୁ ଆଘାତ ପାଉଛନ୍ତି ଏବଂ ପ୍ରାଣ ହରାଉଛନ୍ତି । ସରକାର ଏନେଇ ସମ୍ବେଦନଶୀଳ ଅଛନ୍ତି ଏବଂ ପଦକ୍ଷେପ ନେଉଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *