କଟକ ସଦର ,୧୨/୦୯/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) କିଶନନଗର ଥାନା ତଥା ମାହାଳହାଟ ଫାଣ୍ଡି ଅନ୍ତର୍ଗତ ଵିଲହାଟ ପେଟ୍ରୋଲ ପମ୍ପ ନିକଟରେ ଆଜି ଶୁକ୍ରବାର ପୂର୍ବାହ୍ନରେ ଏକ ଟ୍ରାକ୍ଟର ଚକାତଳେ ଜନୈକ ମଟରସାଇକେଲ ଆରୋହୀ ଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାପଡିଛି।

ପ୍ରକାଶ ଯେ ଵିଲହାଟ ଵଜାରରେ ମଟରସାଇକେଲ ପାର୍ଟସ୍ ଦୋକାନ କରିଥିବା ସଂଗ୍ରାମପୁରର ସେକ୍ ଅନୱ।ର ଅଲ୍ଲୀ ତାଙ୍କ ମଟରସାଇକେଲ ଯୋଗେ କୈ।ଣସି କାମରେ ରାସ୍ତା ରେ ଯାଉଥିବା ବେଳେ ପେଟ୍ରୋଲ ପମ୍ପ ନିକଟରେ ଏକ ଟ୍ରାକ୍ଟର ତାଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ଅନୱ।ର ଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଉତେଜନା ପ୍ରକାଶ ପାଇଥିଲା। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଦୂର୍ଘଟଣା ଘଟାଇଥିବା ଟ୍ରାକ୍ଟର ଜବତ କରି ମୃତକଙ୍କୁ ପୋଷ୍ଟ ମର୍ଟମ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି।
