ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ ସମ୍ମିଳନୀ

ନିର୍ବାଚନ ଆୟୋଗ ଆଇନଗତ ଢାଞ୍ଚାକୁ ମଜବୁତ ଓ ପୁନଃନିର୍ଦ୍ଦେଶ ନକରିବା ପାଇଁ ଜାତୀୟ ପରାମର୍ଶଦାତା ଓ ମୁଖ୍ୟନିର୍ବାଚନ ଅଧିକାରୀଙ୍କ ସମ୍ମିଳନୀ ଆୟୋଜନ କରିଛି

ନୂଆଦିଲ୍ଲୀ/ ଭୁବନେଶ୍ୱର,୨୪/୦୫/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମୁଖ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ଜ୍ଞାନେଶ କୁମାର ନିର୍ବାଚନ ଆୟୁକ୍ତ ଡକ୍ଟର ସୁଖବୀର ସିଂସାନ୍ଧୁ ଏବଂ ଡକ୍ଟର ବିବେକ ଯୋଶୀଙ୍କ ଉପସ୍ଥିତିରେ ନୂଆଦିଲ୍ଲୀର IIIDEM ଠାରେ ଭାରତୀୟ ନିର୍ବାଚନ ଆୟୋଗକୁ ପ୍ରତିନିଧିତ୍ୱ କରୁଥିବା ପରାମର୍ଶଦାତାଙ୍କ ଜାତୀୟ ସମ୍ମିଳନୀର ଉଦ୍ଘାଟନ କରିଥିଲେ। ଏହି ସମ୍ମିଳନୀରେ ଭାରତର ସୁପ୍ରିମକୋର୍ଟ ଏବଂ ଦେଶର ୨୮ଟି ହାଇକୋର୍ଟରୁ ବରିଷ୍ଠ ଆଇନଜୀବୀମାନେ ଏବଂ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୩୬ଜଣ ମୁଖ୍ୟନିର୍ବାଚନ ଅଧିକାରୀ ଓ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

ଏହି ଉଦ୍ୟମର ମୁଖ୍ୟ ଲକ୍ଷ୍ୟ ହେଉଛି ଆଗାମୀ ଚ୍ୟାଲେଞ୍ଜ ଗୁଡ଼ିକୁ ଅଧିକ ଫଳପ୍ରଦ ଭାବେ ମୁକାବିଲା କରିବା ପାଇଁ ଆୟୋଗର ଆଇନଗତ ଢାଞ୍ଚାକୁ ମଜବୁତ କରିବା ଏବଂ ପୁନଃ ନିର୍ଦ୍ଦେଶ ନକରିବା ମାଧ୍ୟମରେ ସମନ୍ୱୟ ହାସଲକରିବା। ଏକ ଦିନିଆ ସମ୍ମିଳନୀ ନିର୍ବାଚନ ଆୟୋଗ ଏବଂ ଦେଶର ବିଭିନ୍ନ ପ୍ରାନ୍ତରୁ ଆଗତ ପ୍ରମୁଖ ଆଇନ ବିଶେଷଜ୍ଞଙ୍କ ମଧ୍ୟରେ ଆଲୋଚନା ଓ ମତ ବିନିମୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିଥିଲା।ଆଲୋଚନାରେ ଆୟୋଗର ଆଇନଗତ ଦଳର ପ୍ରସ୍ତୁତି, ଦକ୍ଷତା ଏବଂ ସମନ୍ୱୟ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା, ବିଶେଷତଃ ନିର୍ବାଚନଆଇନ, ନ୍ୟାୟିକ କାର୍ଯ୍ୟକ୍ରମ ଏବଂ ଆଇନଗତ ସଂସ୍କାର ସମ୍ବନ୍ଧୀୟ ବିଷୟ ଗୁଡ଼ିକ ଉପରେ।ଏହି ଆଲୋଚନା ମାଧ୍ୟମରେ, ଆୟୋଗ ବିଭିନ୍ନ ନ୍ୟାୟିକ ମଞ୍ଚରେ ଏହାର ଆଇନଗତ ପ୍ରତିନିଧିତ୍ୱର ପ୍ରଭାବଶାଳୀତାକୁ ଦୃଢ଼ କରିବାକୁ ଚେଷ୍ଟା କରିଛି।ସମ୍ମିଳନୀରେ ଅଣ-ପ୍ରତିଦ୍ୱନ୍ଦ୍ୱୀ ମନୋଭାବ ଏବଂ ପର୍ଯ୍ୟାପ୍ତ ଶୁଣାଣି ପାଇଁ ସୁଯୋଗ ପ୍ରଦାନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇ ଥିଲା।

ଶୁକ୍ରବାର ଦିନ ନିର୍ବାଚନ ଆୟୋଗ ନୂଆଦିଲ୍ଲୀର IIIDEM ଠାରେ ମୁଖ୍ୟନିର୍ବାଚନ ଅଧିକାରୀଙ୍କ ଏକସମ୍ମିଳନୀ ଆୟୋଜନ କରିଥିଲେ।ଏହି ସମ୍ମିଳନୀର ଉଦ୍ଦେଶ୍ୟ ଥିଲା ନିର୍ବାଚନ ଆୟୋଗର ଆଇଟି ଉଦ୍ୟମ ଗୁଡ଼ିକ ପାଇଁ ଏକ ରୋଡମ୍ୟାପ ପ୍ରସ୍ତୁତ ଏବଂ ନିର୍ଦ୍ଧାରଣ କରିବା।୨୦୨୫ ମସିହାରେ ଆୟୋଗ ଏକ ନୂତନ ଉଦ୍ୟମ ଆରମ୍ଭ କରିଛି, ଯାହା ଅନ୍ତର୍ଗତ ରେ ECINET ନାମକ ଏକ ଏକୀକୃତ ଡ୍ୟାସବୋର୍ଡ ଡିଜାଇନ ଏବଂ ବିକାଶ କରାଯାଉଛି। ଏହା ସମସ୍ତ ସଂପୃକ୍ତ ତଥ୍ୟକୁ ଏକକ ମାଧ୍ୟମରେ ପ୍ରଦାନ କରିବ ଏବଂ ଆବଶ୍ୟକୀୟ ଆଇନଗତ ବ୍ୟବସ୍ଥାର ପରିଧି ମଧ୍ୟରେ ସମସ୍ତ ହିତାଧିକାରୀଙ୍କ ଆବଶ୍ୟକତା ପୂରଣ କରିବ।ଏହି ଅନନ୍ୟ ଉଦ୍ୟମ ନିର୍ବାଚନ ଆୟୋଗର ସମସ୍ତ ଆଇସିଟି ଉଦ୍ୟମ ଗୁଡ଼ିକୁ ଏକଛତ୍ର ତଳେ ଏକୀଭୂତ କରିବ, ଯାହା ଆୟୋଗର କାର୍ଯ୍ୟ କ୍ଷମତା ଓ ପାରଦର୍ଶିତାକୁ ଆହୁରି ବୃଦ୍ଧି କରିବ।

Leave a Reply

Your email address will not be published. Required fields are marked *