ଓଡିଶୀ ଏବଂ ସମ୍ବଲପୁରୀ ଡ୍ୟାନ୍ସ ରେ ଦୁଲୁକିଲା ଦ୍ଵୀପାଞ୍ଚଳ
ନିଆଳୀ ୦୨/୦୪/୨୦୨୫ (ଓଡ଼ିଶା ସମାଚାର)- ନିଆଳୀ କସର୍ଦା ସ୍ଥିତ ଦିପୋଟି ମେଳଣ ପଡିଆରେ ଗ୍ରାମୀଣ ସେବକ ସମାଜ ଟ୍ରଷ୍ଟ (ଜିଏସ୍ଏସ୍) ଏବଂ ପ୍ରେସ ୟୁନିଟ ନିଆଳୀ ଆନୁକୁଲ୍ୟରେ ପଞ୍ଚ ଦିବସୀୟ ଗ୍ରାମୀଣ ମହୋତ୍ସବ ୨୦୨୫ ଉଦଘାଟିତ ହୋଇଯାଇଛି।
ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଏସ୍ଏସ୍ ର ନିର୍ଦ୍ଦେଶକ କୃଷିଭିତ୍ ପ୍ରମୋଦ କୁମାର ମଲ୍ଲିକ, ମୁଖ୍ୟବକ୍ତା ଭାବେ ଭୂମିବାର୍ତ୍ତା ଖବର କାଗଜର ସମ୍ପାଦକ ଶ୍ରୀଯୁକ୍ତ ସ୍ଵଦେଶ ଚନ୍ଦ୍ର ଦାସ, ସମ୍ମାନୀତ ଅତିଥି ଭାବେ କଣ୍ଟାପଡ଼ା ସରପଞ୍ଚ ସଂଘ ସଭାପତି ସଞ୍ଜୟ କୁମାର ରାଉତରାୟ, ଜିଏସ୍ଏସ୍ ର ସ୍ଥାୟୀ ସଭାପତି ପ୍ରସନ୍ନ ପାତ୍ର, ସାଧାରଣ ସମ୍ପାଦକ ସୂର୍ଯ୍ୟକାନ୍ତ ମଲ୍ଲିକ, ଉପାଧକ୍ଷ ଅବିନାଶ ମହାପାତ୍ର,ସହ ନିର୍ଦେଶକ ଲଲାଟେନ୍ଦୁ ସାହୁ, ଉପସଭାପତି ତଥା ପ୍ରେସ ୟୁନିଟର ସଭାପତି ଦ୍ୱିଜବର ମହାପାତ୍ର ପ୍ରମୁଖ ଯୋଗଦେଇ ଥିଲେ। ଭୂମିବାର୍ତ୍ତା ର ସମ୍ପାଦକ ସ୍ବଦେଶ ଚନ୍ଦ୍ର ଦାସ ତାଙ୍କ ଭାଷଣରେ ଏହି ଗ୍ରାମୀଣ ଅନୁଷ୍ଠାନ ର ପ୍ରଶଂସା କରିବା ସହିତ ଗାନ୍ଧୀଙ୍କ ବିଚାରଧାରା ପରିଚାଳିତ ହେବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ। କୃଷିବିତ ପ୍ରମୋଦ ମଲ୍ଲିକ ତାଙ୍କର ଭାଷଣରେ ଗାନ୍ଧୀଙ୍କୁ ଅନୁସରଣ କରିବା ସହିତ ନିଶା ରୁ ଦୁରେଇ ରହିବା ପାଇଁ ଅନୁରୋଧ କରିଥିଲେ।
ଏହି ଉଦଘାଟନୀ ଉତ୍ସବରେ ସାଂସ୍କୁତିକ କାର୍ଯ୍ୟକ୍ରମ ସାଙ୍ଗକୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହୋଇଯାଇଥିଲା ।କୁନିକୁନି ପିଲାମାନେ ନିଜ ନିଜର ପ୍ରତିଭା ମଞ୍ଚ ଉପରେ ପ୍ରଦର୍ଶନ କରିଥିଲେ। ମଞ୍ଚାସୀନ ଅତିଥି ମାନେ ପ୍ରଥମେ ଦୀପ ପ୍ରଜ୍ଜ୍ଵଳନ ଏବଂ ବୁକ୍ଷ ରେ ଜଳ ଦାନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।କାର୍ଯ୍ୟକ୍ରମକୁ ଟ୍ରଷ୍ଟ ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଯୁବ ସମାଜସେବୀ ସନ୍ତୋଷ କୁମାର ମାଝୀ ସଭାପତିତ୍ବ କରିବା ସହିତ ସାମ୍ବାଦିକା ସୁଶ୍ରୀ ସୋନାଲି ତ୍ରିପାଠୀ ମଞ୍ଚ ପରିଚାଳନା କରିଥିଲେ ।
ଏଥିରେ କୋଷାଧ୍ୟକ୍ଷ ହେମନ୍ତ କୁମାର ମଲ୍ଲିକ ମହୋତ୍ସବର ସଂଯୋଜିକା ସୁଶ୍ରୀ ମୋନାଲିସା ମୁଦୁଲି, ମହିଳା ସମ୍ପାଦିକା ପାୟଲ ପ୍ରିୟ ଦର୍ଶନୀ ପରିଡା, ସହ ସମ୍ପାଦିକା ପ୍ରିୟଙ୍କା ସେନାପତି, ପ୍ରୀତିପ୍ରଜ୍ଞା ପଟ୍ଟନାୟକ, ଚିରଞ୍ଜୀବ ସ୍ବାଇଁ ପ୍ରତୀକ କୁମାର ସାହୁ, ପ୍ରେସ ୟୁନିଟ ର ସମ୍ପାଦକ ସନ୍ଦୀପ ମଲ୍ଲିକ ଅଂଶୁମାନ ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ ଏଥିରେ କସର୍ଦା ମହାସଂଘ ର ସମସ୍ତ ମା ଭଉଣୀ ମାନେ ଯୋଗ ଦେଇ ସଭା କୁ ସଫଳ କରିଥିଲେ ।
