ଭୁବନେଶ୍ୱର,୧୫/୦୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଶ୍ରମିକଙ୍କ କଲ୍ୟାଣ ଓ କାର୍ଯ୍ୟ ସହଜ କରିବା ପାଇଁ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଅଧୀନରେ ସେସ୍ (ଉପ-କର) ଆଦାୟ ସଂକ୍ରାନ୍ତରେ ସଫ୍ଟୱେର୍ ସଂଯୋଗ ସମସ୍ୟାର ସମାଧାନ ନିମନ୍ତେରାଜ୍ୟ ଉନ୍ନୟନ ଆୟୁକ୍ତ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆଜି ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିଲା।
ବୈଠକରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରମୁଖ ଶାସନ ସଚିବ, ଶ୍ରୀମତୀ ଚିତ୍ରା ଆରୁମୁଗମ୍, ଓଡିଶା,ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର,ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଊଷା ପାଢ଼ୀ, ଅର୍ଥ ବିଭାଗରସ୍ୱତନ୍ତ୍ର ଶାସନ ସଚିବ,ଶ୍ରମ ଆୟୁକ୍ତ,ଓଡିଶା,ଉପାଧ୍ୟକ୍ଷ ବି.ଡି.ଏ., ଗ୍ରାମ୍ୟ ଉନ୍ନୟନ ବିଭାଗ,ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ବିଏମସି ଓ ବିଡିଏର ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ନିଜର ମୂଲ୍ୟବାନ ପରାମର୍ଶ ଦେଇଥିଲେ।
-0-
ପଠାଣି ରାଉତ ,ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ