ବଲ୍ଲଭୀଦେବୀ ମହିଳା ମହାବିଦ୍ୟାଳୟରେ ଚାରା ରୋପଣ

ଏକ୍ ପେଡ଼୍ ମା’ କେ ନାମ୍ କାର୍ଯ୍ୟକ୍ରମ
ନିଶ୍ଚିନ୍ତକୋଇଲି,୦୯/୦୯/୨୦୨୫(ଓଡ଼ିଶା ସମାଚାର)-କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଅଧିନସ୍ଥ ନତକାଇ ଠାରେ ଥିବା ବଲ୍ଲଭୀଦେବୀ ମହିଳା ଡ଼ିଗ୍ରୀ କଲେଜ ଓ ଯୁକ୍ତ୨ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଏକ୍ ପେଡ଼୍ ମା’ କେ ନାମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିନ ଅବସରରେ ମାହାଙ୍ଗା ବିଧାୟକ ଶାରଦାପ୍ରସାଦ ପ୍ରଧାନ ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ କଲେଜ ପରିସରରେ ଚାରା ରୋପଣ କରିଥିଲେ ।

ଏହି ଅବସରରେ କଲେଜର ବହୁ ଛାତ୍ରୀଙ୍କୁ ବିଧାୟକ ସ୍ୱହସ୍ତରେ ବିଭିନ୍ନ ଚାରା ପ୍ରଦାନ କରି ଏହାକୁ ସେମାନଙ୍କ ବାଡ଼ିରେ ଲଗାଇ ସୁରକ୍ଷାର ସହିତ ବଂଚାଇ ରଖିବାକୁ ପରାମର୍ଶ ଦେଇଥିଲେ । କଲେଜ ଅଧ୍ୟକ୍ଷା ଡ଼ଃ ପୁଷ୍ପିତା ଜେନାଙ୍କ ପୌରୋହିତ୍ୟରେ ଆୟୋଜିତ ଏକ ସଭାରେ ବିଧାୟକ ଶ୍ରୀ ପ୍ରଧାନ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଲେଜକୁ ଯୋଗାଇ ଦିଆଯାଇଥିବା ୧କୋଟି ଟଙ୍କା ଅନୁଦାନର ସୁବିନିଯୋଗ କରାଯିବା ଏବଂ କଲେଜ ପରିସରରେ ବର୍ଷା ପାଣି ଜମୁଥିବାରୁ ଏହାର ନିଷ୍କାସନ ବ୍ୟବସ୍ଥା କରିବା ପାଇଁ ପରାମର୍ଶ ଦେଇଥିଲେ ।

ସରକାର କଲେଜର ଭିତିଭୂମି ସୁଦୃଢ଼ କରୁଥିବା ବେଳେ ବିଦ୍ୟାର୍ଥୀମାନେ ଉପଯୁକ୍ତ ଶିକ୍ଷା ଅଧ୍ୟୟନ କରିବା ଏବଂ ଗୁରୁମାନେ ଉନ୍ନତମାନର ଶିକ୍ଷା ପ୍ରଦାନ ଉପରେ ଅଧିକ ଗୁରୁତ୍ୱ ଦେବା ପାଇଁ ନିର୍ଦେଶ ଦେଇଥିଲେ । କାର୍ଯ୍ୟକ୍ରମରେ ତହସିଲଦାର ଦମୟିନ୍ତୀ ସାହୁ,ଉପାଧ୍ୟକ୍ଷ ନୃସିଂହ ମିଶ୍ର ,ଯୁକ୍ତ୨ ଅଧ୍ୟକ୍ଷା ନିବେଦିତା ଦାଶ, ନତକାଇ ସମିତିସଭ୍ୟା ସରସ୍ୱତୀ ରାଉତଙ୍କ ସମେତ ବହୁ ଜନପ୍ରତିନିଧି ଓ ସମର୍ଥକମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *