ଚଡେଇରଗଡା ଉ ପ୍ରା ବିଦ୍ୟାଳୟରେ ‘ବୀରଗାଥା’ କାର୍ଯ୍ୟକ୍ରମ

ଭୁବନ ୧୬/୧୦/୨୦୨୬(ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଳକ୍ ଚଡେଇରଗଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ‘ବୀରଗାଥା ‘ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମାୟାଧର ଦେହୁରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଉପସଭାପତି ଭାରତୀ ଦେହୁରୀ, ସଭ୍ୟା କବିତା ସିଂ, ଦ୍ରୋପଦୀ ମହାରଣା, ପୂର୍ବତନ ସଭାପତି ସାଲମୋହନ କାଣ୍ଡୁଲୁନା ପ୍ରମୁଖ ଯୋଗଦେଇ ଅମର ଯବାନ, ସ୍ବାଧୀନତା ସଂଗ୍ରାମୀ, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିପନ୍ନଙ୍କୁ ସହାୟତା କରୁଥିବା ବୀର ସୈନିକ ମାନଙ୍କ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ।

ବୀରଗାଥା ସମ୍ପର୍କିତ ଚିତ୍ରାଙ୍କନ, ପ୍ରବନ୍ଧ ଓ ସଙ୍ଗୀତ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ପାଣିଗ୍ରାହୀ ଉତ୍ସବକୁ ପରିଚାଳନା କରିଥିବା ବେଳେ ଶିଶୁ ସେବିକା ଜ୍ୟୋସ୍ନାମୟୀ ଦେହୁରୀ, ସଭ୍ୟା ଚନ୍ଦନୀ ଦେହୁରୀ, ପଙ୍କଜିନୀ ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *