ଠାକୁର ଶ୍ରୀ ଶ୍ରୀ ଶ୍ରୀ କେଶବ ଚନ୍ଦ୍ରଙ୍କ ଶୁଭ ଆବିର୍ଭାବ ମହୋତ୍ସବ

ମହୋତ୍ସବର ଦ୍ୱିତୀୟ ଦିନରେ ଯୋଗଦେଲେ ସ୍ଥାନୀୟ ବିଧାୟକ
ମାହାଙ୍ଗା, ୦୯/୦୯/୨୦୨୫(ଓଡ଼ିଶା ସମାଚାର)- କଟକ ଜିଲା ମାହାଙ୍ଗା ଖିତିଜ୍ୟୋତି ଆଶ୍ରମ ସ୍ୱର୍ଣ୍ଣକ୍ଷେତ୍ର ଠାରେ ଠାକୁର ଶ୍ରୀ ଶ୍ରୀ ଶ୍ରୀ କେଶବ ଚନ୍ଦ୍ରଙ୍କ ୭୧ ତମ ଶୁଭ ଆବିର୍ଭାବ ମହୋତ୍ସବ ୯ ଦିନ ବ୍ୟାପି ଅନୁଷ୍ଠିତ ହେବ । ଉତ୍ସବର ଦ୍ୱିତୀୟ ଦିବସରେ ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ ଯୋଗଦେଇ ବିଶ୍ୱ ଭାତୃତ୍ୱ ଦିବ୍ୟାତ୍ମା ପରିଷଦର ନୂତନ କାର୍ଯ୍ୟାଳୟ ଗୃହ ଉଦ୍ଘାଟନ କରିଥିଲେ ।

ଏହି ଅବସରରେ ଏକ ଭବ୍ୟ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ବିଶ୍ୱ ଭାତୃତ୍ୱ ଦିବ୍ୟାତ୍ମା ପରିଷଦ ଖିତିଯ୍ୟୋତି ଆଶ୍ରମର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରତିଶ୍ରୁତି ଦେବା ସହ ଓଡ଼ିଶାର ୨୦ ଗୋଟି ପର୍ଯ୍ୟଟନ ସ୍ଥଳ ଭିତରେ ଏହି କ୍ଷେତ୍ରକୁ ଏକ ନମ୍ବର କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହି କ୍ଷେତ୍ରରେ ଥିବା ୬୦ ଗୋଟି ଅସମ୍ପୂର୍ଣ୍ଣ ଗୃହକୁ ସମ୍ପୂର୍ଣ୍ଣ କରିବା ସହିତ ପ୍ରତିବର୍ଷ ହେଉଥିବା ଚାରି ଯୁଗର ନାମ ମଣ୍ଡପ ର ଉନ୍ନତି କରଣ ସହ ପବିତ୍ର ପୂଣ୍ୟତୋୟା ଜରିଆ ଝିଲି ର ଉନ୍ନତି ଓ ଅବଢ଼ାବାଗ ଜଗନ୍ନାଥ୍ ନୂତନ ମନ୍ଦିର ନିର୍ମାଣ, ଭଳି ଠାରୁ ପର୍ଶୁରାମ ପୁର ପର୍ୟ୍ୟନ୍ତ ରାସ୍ତାର ପ୍ରଶସ୍ତି ଓ ଉନ୍ନତି କରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

ଏହାଛଡା ଏହା ସମସ୍ତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସରକାରୀ ସ୍ତରରେ ପ୍ରଚେଷ୍ଟା ଜାରି ରଖିବେ ବୋଲି କହିଥିଲେ । ବଡ଼ କଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଠାକୁର୍ ଶ୍ରୀ ଶ୍ରୀ ଶ୍ରୀ କେଶବ ଚନ୍ଦ୍ରଙ୍କ ଶିଷ୍ୟତ୍ୱ ଗ୍ରହଣ କରିଥିବାରୁ ପରିଷଦ ପକ୍ଷରୁ ତାଙ୍କୁ ଏହି କ୍ଷେତ୍ରକୁ ଆଣିବା ପାଇଁ ବିଧାୟକଙ୍କୁ ଅନୁରୋଧ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଆଚାର୍ଯ୍ୟ ବିରଂଚି ନାରାୟଣ ଦାସ, ବିଶ୍ୱ ଭାତୃତ୍ୱ ଦିବ୍ୟାତ୍ମା ପରିଷଦର ସଭାପତି ନିମାଇଁ ଚରଣ ଦାଶ ,ସମ୍ପାଦକ ସୁରେଶ କୁମାର ଜେନା, ଯୁଗ୍ମ ସମ୍ପାଦକ କୈଳାସ ଚନ୍ଦ୍ର ଦାସ, କୋଷାଧ୍ୟକ୍ଷ ଅଶୋକ କୁମାର ସ୍ୱାଇଁ, କ୍ଷେତ୍ର ସମ୍ପାଦକ ନନ୍ଦ କିଶୋର ଜେନା, ଉପ ସଭାପତି ବିଜୟା ନନ୍ଦ ଜେନା, ମାତୃ ବନ୍ଦନା ସମ୍ପାଦିକା ରଞ୍ଜନା ମଲ୍ଲିକ, ସଭ୍ୟ କାର୍ତିକ ଜେନା, ଭରତ ମଲ୍ଲିକ, ସେବାଶ୍ରମ ସଂପାଦକ କାଳନ୍ଦୀ ଜେନା, ଓ ଆବିର୍ଭାବ କମିଟିର ସମସ୍ତ କର୍ମକର୍ତା ଙ୍କ ସମେତ ବହୁ ଶାଖାର କର୍ମକର୍ତା ଏବଂ ବ୍ରଜବାସୀ ଓ ବାପୁଜୀ ଯୁବକ ସଂଘର ସମସ୍ତ କର୍ମକର୍ତା ମାନେ ପରିଚାଳନା କରିଥିଲେ । ସର୍ବଶେଷରେ ଅଚ୍ୟୁତ ଗୁପ୍ତ ବ୍ରହ୍ମ ସାଙ୍ଗଠନିକ ମୁଖ୍ୟ କୈଳାସ ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *