କେନ୍ଦ୍ରାପଡ଼ା, ୦୮/୦୯/୨୦୨୫(ଓଡ଼ିଶା ସମାଚାର)- ବିଶ୍ୱଗୁରୁ ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କ ଜୟନ୍ତୀ କେନ୍ଦ୍ରାପଡା ଦିବ୍ୟ ଜୀବନ ସଂଘ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ବିଶ୍ୱଶାନ୍ତି ପାଇଁ ରୁଦ୍ରାଭିଷେକ, ଗୁରୁଦେବଙ୍କ ପାଦପୂଜନ, ଭଜନକୀର୍ତନ କରାଯିବା ସହ ବିଭିନ୍ନ ବୃକ୍ଷର ଚାରା ରୋପଣ କରାଯାଇଥିଲା ।
ଏଥିସହିତ ଶିବାନନ୍ଦଙ୍କ ଜୀବନଦର୍ଶନ ଉପରେ ଏକ ଆଲୋଚନାଚକ୍ର ମଧ୍ୟ ଅନୁଷ୍ଠିତ ହୋଇଥିଲା । ଶିବାନନ୍ଦ ବିଦ୍ୟାମନ୍ଦିରର ଅଧ୍ୟକ୍ଷ ଡ. ସୁରେନ୍ଦ୍ର ନାଥ ଆଚାର୍ଯ୍ୟ,ଆଶ୍ରମର
ଉପସଭାପତି ଡ. କାଳୀପ୍ରସନ୍ନ ଶତପଥୀ, ବିଦ୍ୟାମନ୍ଦିରର ସମ୍ପାଦକ ଓ ସହ ସମ୍ପାଦକ ଅଭିମନୁ୍ୟ ଗୋଛାୟତ, ଆଶ୍ରମର ସମ୍ପାଦକ ଶରତ ଚନ୍ଦ୍ର ପାତ୍ର, ଶରତ ବରାଳ, ଶ୍ରୀଧର ରାଉତ, ପ୍ରମୋଦ ଦାସ(ଲିଟୁ),ଆଶ୍ରମର ବ୍ରହ୍ମଚାରୀ ନୃସିଂହ ନାଥ ଦାସ ପ୍ରମୁଖ ବହୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସହଯୋଗ କରିଥିଲେ ।
ଆଜି ଠାରୁ ଆସନ୍ତା ୨୪ତାରିଖ ସ୍ୱାମୀ ଚିଦାନନ୍ଦ ଜୟନ୍ତୀ ପର୍ଯ୍ୟନ୍ତ ଆଶ୍ରମରେ ଏକ ଆଧ୍ୟାତ୍ମିକ ପକ୍ଷ ପାଳନ କରାଯାଉଅଛି । ଏହି ଅବସରରେ ବିଭିନ୍ନ ଦିବସରେ ପୂଜାର୍ଚ୍ଚନା, ହୋମଯଜ୍ଞ, ଗୀତା ପାରାୟଣ, ଶ୍ରୀରାମଚରିତ ମାନସ ପାରାୟଣ, ଜିଲାର ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ପ୍ରତିଭା ଚୟନ ପ୍ରତିଯୋଗିତା ଓ ସ୍ୱାସ୍ଥ୍ୟ ଶିବିର ପ୍ରଭୃତି କାର୍ଯ୍ୟକ୍ରମ କରାଯିବାର ବ୍ୟବସ୍ଥା ରହିଛି । ଏହି ଯଜ୍ଞାନୁଷ୍ଠାନରେ ଯୋଗଦେବା ପାଇଁ ସମସ୍ତଙ୍କୁ ସ୍ୱାଗତ କରିଛନ୍ତି ଶ୍ରୀ’ମା ।
