ଲକ୍ଷ୍ମୀପୁର ୨୬/୦୭/୨୫(ଓଡିଶା ସମାଚାର/ପ୍ରମୋଦ କୁମାର ଜେନା) –କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସଦର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଆଚାର୍ଯ୍ୟ ଗୋପୀନାଥ ମହାପାତ୍ର ପରିଚାଳନା କରିଥିବା ବେଳେ ବିଜ୍ଞାନ ଆଚାର୍ଯ୍ୟା ଅନୁପମା ତୁରୁକ୍ ଉଦ୍ଦେଶ୍ୟ ଜ୍ଞାପନ ଓ ଆରତି ପ୍ରିୟଦର୍ଶିନୀ ସାହୁ ବନ୍ଦନା ପରିଚାଳନା କରିଥିଲେ।
ବିଚାରକ ଭାବରେ ସରକାରୀ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟ, ମିନାପାଇର ବିଜ୍ଞାନ ଶିକ୍ଷକ ଦୁର୍ଗା ପ୍ରସାଦ ହୋତା ଯୋଗ ଦେଇ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ବିଚାରକ ଭାବେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତଳଚମ୍ପିର ବିଜ୍ଞାନ ଶିକ୍ଷକ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ,ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କେସ୍କାପାଡିର ବିଜ୍ଞାନ ଶିକ୍ଷୟିତ୍ରୀ ରୀନା ପରିଡ଼ା ଓ ବିଦ୍ୟାଳୟର ପୂର୍ବତନ ବିଜ୍ଞାନ ଛାତ୍ର ରାକେଶ କୁମାର ଜେନା ଯୋଗ ଦେଇଥିଲେ।
ପରିଚାଳନା ସମିତିର ଉପ ସଭାପତି ଶ୍ରୀମତୀ ମୌତୁସି ପ୍ରଧାନ, ସମ୍ପାଦକ ଶ୍ରୀ ଏକଲବ୍ୟ ଚୌଧୁରୀ, ଯୁଗ୍ମ ସମ୍ପାଦକ ହେମନ୍ତ କୁମାର ସାହୁ ଓ କୋଷାଧ୍ୟକ୍ଷ ଧନେଶ୍ଵର ରାଉତ ଉପସ୍ଥିତ ଥିଲେ। ଶିଶୁ ବାଟିକା ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୮୬ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଶିଶୁ ବର୍ଗର ଶକ୍ତି ସଂରକ୍ଷଣ ଉପରେ ଆଧାରିତ ନମୂନା ରେ ସଂସ୍କୃତି ନାଗ ପ୍ରଥମ, ପ୍ରତ୍ୟୁଷ ଶତପଥୀ ଦ୍ଵିତୀୟ ଓ ରୋହନ ସାହୁ ତୃତୀୟ ହୋଇଥିଲେ। କୃଷି ଉପରେ ଆଧାରିତ ନମୂନା ରେ ପ୍ରଜ୍ଞା ପରିମିତା ଜୁଆଡି ପ୍ରଥମ, ଡିଲେଶ୍ୱରୀ ବିଶୋଇ (ଖ) ଦ୍ଵିତୀୟ ଓ ଶୁଭମ୍ ହିକକା ତୃତୀୟ ହୋଇଥିଲେ। ଆବର୍ଜନା ପ୍ରବନ୍ଧନା ଉପରେ ଆଧାରିତ ନମୂନା ରେ ଦିପ୍ତାଂଶୁ ଦାସ ପ୍ରଥମ, ଗୋବିନ୍ଦ ବିଶୋଇ ଦ୍ଵିତୀୟ ଓ ସତ୍ୟନାରାୟଣ ପଟ୍ଟନାୟକ ତୃତୀୟ ହୋଇଥିଲେ।
ବଳର ପ୍ରକାର ଉପରେ ଆଧାରିତ ନମୂନା ରେ ପ୍ରଜ୍ଞାଶ୍ରୀ ବେହେରା ପ୍ରଥମ ହୋଇଥିଲେ। ନୂତନ ପ୍ରୟୋଗ ବା ନମୂନା ରେ ଅନନ୍ୟା ଅନୁପ୍ରୀୟା ଗରଡ଼ା ପ୍ରଥମ, ପ୍ରୀୟଂଶୁ ବାରିକ୍ ଦ୍ଵିତୀୟ ଓ ଜୟପ୍ରକାଶ ସାହୁ ତୃତୀୟ ହୋଇଥିଲେ। ବାଲ୍ ବର୍ଗର ସମ୍ବେଦକ ଉପରେ ଆଧାରିତ ନମୂନା ରେ ପ୍ରହଲ୍ଲାଦ ଆଚାରୀ ପ୍ରଥମ, ବିଭାଶ ଭୋଇଁସା ଦ୍ଵିତୀୟ ଓ ମନୋଜ କୁମାର ସୁବୁଦ୍ଧି ତୃତୀୟ ହୋଇଥିଲେ । ଶିଶୁ ବାଟିକା ଠାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ଶାନ୍ତ୍ବନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା।
ପ୍ରତ୍ୟେକ ବିଷୟର ପ୍ରକଳ୍ପରେ ପ୍ରଥମ ହୋଇଥିବା ଶିଶୁ ଆସନ୍ତା ଅଗଷ୍ଟ ମାସ ୧୨ ତାରିଖରେ ସେମିଳିଗୁଡା ରେ ହେବାକୁ ଥିବା ସଙ୍କୁଳ ସ୍ତରୀୟ ବିଜ୍ଞାନ ମେଳାରେ ଭାଗ ନେବେ ବୋଲି ପ୍ରଧାନ ଆଚାର୍ଯ୍ୟ ସୂଚନା ପ୍ରଦାନ କରିଥିଲେ।ଶିଶୁ ମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା ଓ ସେବିକା ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସାଫଲ୍ୟ ମଣ୍ଡିତ ହୋଇଥିଲା।ଲଗାଣ ବର୍ଷା ସକାଶେ ଏହି କାର୍ଯ୍ୟକ୍ରମ ସକାଳ ୧୧ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ ଟାରେ ଶେଷ ହୋଇଥିଲା।
