ଭୁବନେଶ୍ୱର,୧୭/୧୦/୨୦୨୬(ଓଡ଼ିଶା ସମାଚାର)-ସତ୍ୟନଗର ଲେଡିଜ୍ ଫୋରମ୍ ଏବଂ ବାପୁଜୀ ନଗର ଲେଡିଜ୍ ଫୋରମ୍ ର ମିଳିତ ଆନୁକୁଲ୍ୟରେ ଆଜି ହୋଟେଲ ଆଡ଼ଭେଞ୍ଚର ଅଶୋକ ନଗର ଠାରେ ଦଶହରା ଉପଲକ୍ଷେ ମହିଳା ମାନଙ୍କୁ ନେଇ ଏକ ଦାଣ୍ଡିଆ ନୃତ୍ୟ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରାୟ ୭୦ ରୁ ଉର୍ଦ୍ଧ୍ୱ ମହିଳା ମାନେ ଅଂଶ ଗ୍ରହଣ କରିଥିଲେ।

ମହିଳା ମାନଙ୍କ ମଧ୍ୟରେ ଦାଣ୍ଡିଆ ନୃତ୍ୟ ର ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଲିପିକା ମହାନ୍ତି ଏବଂ ଗିରୀଜା ପଣ୍ଡା ଙ୍କୁ ପୁରସ୍କୃତ କରାଯାଇଥିଲା। ବହୁତ ସମାଜ ସେବୀ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ବାପୁଜୀ ନଗର ଲେଡିଜ୍ ଫୋରମ୍ ର ସେକ୍ରେଟାରୀ ଏବଂ ସଭାପତି ଉପସ୍ଥିତି ଥିଲେ। ସତ୍ୟନଗର ଲେଡିଜ୍ ଫୋରମ୍ ର ସେକ୍ରେଟାରୀ ଅନୁରାଧା ଦାଶ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

