ମୌଳିକ ସୁବିଧାରୁ ବଞ୍ଚିତ ହେର୍ଣାପଡ଼ା ବାସୀଙ୍କ ସମସ୍ୟାର ଅନ୍ତ କେବେ ?

ଜୁନାଗଡ଼,୧୩/୦୧/୨୦୨୪(ଓଡ଼ିଶା ସମାଚାର/ ରାକେଶ ବେମାଲ)-ଭାରତ ବର୍ଷରେ ଇତି ମଧ୍ୟରେ ଅନେକ ସାଧାରଣ ନିର୍ବାଚନ ସରିଛି । ଆଗକୁ ସାଧାରଣ ନିର୍ବାଚନ ଆସନ୍ନ । ଇତି ମଧ୍ୟରେ ସ୍ବାଧୀନତାର ସାତଦଶନ୍ଧି ବିତି ଯାଇଛି। କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ତାରାପୁର ପଞ୍ଚାୟତ ହର୍ଣାପଡ଼ା ମୁଖ୍ୟ ରାସ୍ତାରୁ ଏକ କିମି ଦୂରରେ ଥିବା ଏହି ପଡ଼ାର ମୌଳିକ ସମସ୍ୟା ବିକାଶର ସ୍ପର୍ଶକୁ ଅନେଇ ବସିଛି । ପଡ଼ାରେ ଥିବା ବିଦ୍ୟାଳୟରେ ବିପଦ ସଙ୍କୁଳ ଶ୍ରେଣୀ କୋଠରୀ, ଅବ୍ୟବହୃତ ସୌଚାଳୟ ,ଶିକ୍ଷକଙ୍କ ଉପସ୍ଥାନ ରେ ଅନିୟମିତତା, ମଧ୍ୟାହ୍ନ ଭୋଜନରେ ସଠିକ୍ ପରିଚାଳନାର ଅଭାବ ଆଦି ଶିକ୍ଷାଗତ ସମସ୍ୟା ରହିଛି। ଗାଁ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ବିପର୍ୟ୍ୟସ୍ତ ହୋଇଥିବା ବେଳେ ଗାଁରୁ କାଲୋପଲା ସଂଯୋଗ କରୁଥିବା ରାସ୍ତା ମଧ୍ୟ ତଦୃପ । ପଡ଼ାରେ ଥିବା ସୋଲାର ଜଳ ଯୋଗାଣ ବ୍ୟବସ୍ଥା ଅଚଳ ହୋଇ ପଡିଥିବା ବେଳେ, ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ଅସମ୍ପୂର୍ଣ୍ଣ କାର୍ୟ୍ୟକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ସ୍ୱାସ୍ଥ୍ୟ ସେବା ପାଖରେ ଉପଲବ୍ଧ ନ ଥିବାରୁ ସେମାନଙ୍କୁ ସ୍ୱାସ୍ଥ୍ୟ ସେବା ପାଇଁ ଚାରବାହାଲ କିମ୍ବା ଧର୍ମଗଡ ଉପରେ ନିର୍ଭର କରିବାକୁ ପଡୁଛି । କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପ୍ରଧାନ ମନ୍ତ୍ରୀ ଆୱାସ ଓ ବିଜୁ ପକ୍କାଘର ଯୋଜନା କଥା କହିଲେ ନ ସରେ । ଅନେକ ଗରୀବ ନିରିହ ଲୋକ ଅଦ୍ୟାବଧି ମଧ୍ୟ ବଞ୍ଚିତ ଅଛନ୍ତି । ଉପରୋକ୍ତ ସମସ୍ୟା ସହ ବିଦୁତ୍, ରାସନ କାର୍ଡ, ସ୍ବାସ୍ଥ୍ୟ ବୀମା କାର୍ଡ ଆଦି ବହୁବିଧ ସମସ୍ୟା ସମାଧାନ କୁ ଅପେକ୍ଷା କରିଛି । ସ୍ଥାନୀୟ ନିର୍ବାଚିତ ପ୍ରତିନିଧି ଲୋକଙ୍କ ସମସ୍ୟା ସମାଧାନ ପରିବର୍ତେ ନିଜ ସମସ୍ୟା ପ୍ରତି ଯତ୍ନ ବାନ ହେଉଥିବା ସଂପୃକ୍ତ ପଞ୍ଚାୟତରେ ଆଲୋଚନା ହେଉଛି। ସମ୍ପୃକ୍ତ ପଞ୍ଚାୟତର ମନରେଗା ଯୋଜନାର କାର୍ୟ୍ୟ ଗୁଡ଼ିକ ଉପରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ବହୁ ଅନିୟମିତତାର ତଥ୍୍ର ପଦାକୁ ଆସିବ ବୋଲି ଲୋକେ କୁହା କୁହି ହେଉଛନ୍ତି। ଗ୍ରାମ ବାସୀଙ୍କ ମୌଳିକ ସମସ୍ୟା ବିଷୟରେ ପ୍ରଶାସନ ଯତ୍ନବାନ ହେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *