କଟକ ସଦର,୦୭/୦୯/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ର ଅଗ୍ରଣୀ ସାମାଜିକ ସଂଗଠନ ‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ର ସଭାପତି ସମାଜସେବୀ ତଥା ଶିକ୍ଷାବିତ ପ୍ରଫେସର ମନୋଜ ନାୟକ (ଟୁଟନ) ଆଜି ରବିବାର ସକାଳେ ନେମାଳ ଅଚ୍ୟୁତାନନ୍ଦ ସେତୁ ନିକଟରେ ଏକ ଚା ଖଟିରେ ଯୋଗଦେଇ ଆଗାମୀ ଦିନରେ ସଂଗଠନ କୁ ଅଧିକରୁ ଅଧିକ କ୍ରିୟାଶୀଳ କରିବା ପାଇଁ ଆଲୋଚନା କରିଥିଲେ।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅଭିମନ୍ୟୁ ସାହୁ, ସର୍ବେଶ୍ଵର ସ୍ୱ।ଇଁ,ଅମିତାଭ ମହାପାତ୍ର,ଲାଲାଜି ଭୂୟାଁ,ଇଜାଜ୍ ଖାଁ,ସୁରଥ ରାଉତ, ରତ୍ନାକର ବାରିକ୍, ଧୁନାକର ଦାସ, କରୁଣାକର ସିଂ, ନୃସିଂହ ଭୋଇ ପ୍ରମୁଖ ବହୁ ସଦସ୍ୟ ଓ ଜନସାଧାରଣ ଯୋଗଦେଇ ଚା ପେ ଚର୍ଚ୍ଚାରେ ଅଂଶଗ୍ରହଣ କରିଥିଲେ।
