ପାଟକୁରା ରେ ହତ୍ୟାକାଣ୍ଡ – ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖି ଫେରୁଥିବା ଯୁବକଙ୍କୁ ହତ୍ୟା ।

ଥାନାରେ ୫ ଅଟକ, ବ୍ୟବହୃତ ଠେଙ୍ଗା, ରକ୍ତ ଭିଜା ସାର୍ଟ ଜବତ
ଗରଦପୁର, ୦୭/୦୫/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲା ପାଟକୁରା ଥାନା ଅନ୍ତର୍ଗତ ହରିଦାସପୁର ଗ୍ରାମ ଚିତ୍ରୋପôଳା ନଦୀ ବନ୍ଧରେ ଜଣେ ଯବକଙ୍କୁ ଦୁର୍ବୃତ ମାନେ ଗୋଡାଇ ଗୋଡାଇ ଡେଙ୍ଗାରେ ପିଟି, ଛୁରୀରେ ହାଣି ହତ୍ୟା କରିଛନ୍ତି । ହତ୍ୟାର ଶିକାର ହୋଇଥିବା ଯୁବକ ଜଣକ ହେଉଛନ୍ତି ହରିଦାସପୁର ଗ୍ରାମର ଜ୍ୟୋତି ରଞ୍ଜନ ପରିଡା(୨୦) ।

ଜ୍ୟୋତି ରଞ୍ଜନ ପରିଡା

ଜ୍ୟୋତି ରଞ୍ଜନ ଯାତ୍ରା ଦେଖି ଫେରୁଥିବାବେଳେ,କେତେକ ଅପରାଧି ନଦୀବନ୍ଧ ରାସ୍ତାରେ ତାଙ୍କୁ ଅଟକାଇ ମାରଣାସ୍ତ୍ରରେ ହାଣି ହତ୍ୟା କରିଛନ୍ତି । ଏ ନେଇ ବିଳମ୍ବିତ ରାତ୍ରୀରେ ଜ୍ୟୋତି ରଞ୍ଜନଙ୍କୁ ପ୍ରଥମେ ପାଟକୁରା ଓ ପରେ କେନ୍ଦ୍ରାପଡା ମେଡିକାଲକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଆଜି କେନ୍ଦ୍ରପଡା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ,କେନ୍ଦ୍ରାପଡା ପୁଲିସ ଏସ୍ ଡ଼ି ପି ଓ ଜ୍ୟୋତି ରଞ୍ଜନ ଗୌଡ ,ପାଟକୁରା ଥାନା ଅଧିକାରୀ ମହମ୍ମଦ ଜାମସେଦ ଓ ସାଇଂଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଂଚି ହତ୍ୟାକାଣ୍ଡର ବିଭିନ୍ନ ଦିଗ ଉପରେ ଅନୁସନ୍ଧାନ କରିଛନ୍ତି ।

ପୋଲିସ ସୂତ୍ରରୁ ପ୍ରକାଶ ଯେ,ଜ୍ୟୋତିରଞ୍ଜନ ଓ ତାଙ୍କ ଭାଇ ରଶ୍ମିରଞ୍ଜନ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ଗାଁ ନିକଟସ୍ଥ ଶନିଦେବଙ୍କ ପୀଠ ପରିସରକୁ ଯାଇଥିଲେ । ବିଳମ୍ବିତ ରାତ୍ରୀରେ ସେଠାରୁ ଫେରୁଥିବାବେଳେ,ନଦୀବନ୍ଧରେ ପୂର୍ବରୁ ଲୁଚି ରହିଥିବା ଅପରାଧୀମାନେ ଜ୍ୟୋତିରଞ୍ଜନଙ୍କୁ ହଠାତ୍ ଆକ୍ରମଣ କରିଥିଲେ । ସେଠାରେ ଗଣ୍ଡଗୋଳର ପାଟିତୁଣ୍ଡ ଶୁଣି ଜ୍ୟୋତିରଞ୍ଜନଙ୍କୁ ଉଦ୍ଧାର କରିବା ପାଇଁ ଗ୍ରାମର କେତେକ ଲୋକମାନେ ଆସିଥିଲେ । ମାତ୍ର ଅପରାଧୀଙ୍କ ଆକ୍ରମଣରେ ଉଦ୍ଧାର କରିବା ପାଇଁ ଆସିଥିବା ଗ୍ରାମର କାମାକ୍ଷା ପ୍ରସାଦ ରାଉତରାୟ(୩୪) ଓ ରାଜେଶ ମାଝି(୨୬) ଆହତ ହୋଇଛନ୍ତି ।

ତାଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଛି । ଆହତ ଦ୍ୱୟ କେନ୍ଦ୍ରାପଡା ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏ ସମ୍ପର୍କରେ ଜ୍ୟୋତି ରଞ୍ଜନଙ୍କ ଭାଇ ରଶ୍ମିରଞ୍ଜନ ପାଟକୁରା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନରେ ୭୧/୨୫ନମ୍ବରରେ ହତ୍ୟା ମାମଲା ରୁଜୁ କରାଯାଇଛି । ସେ ଏତଲାରେ ଉଲ୍ଲେଖ କରିଛନ୍ତି ଯେ, ଶନିଦେବଙ୍କ ପୀଠରେ ଯାତ୍ରା ଦେଖିବାକୁ ଦୁଇ ଭାଇ ଯାଇଥିଲେ । ସେଠାରେ କୌଣସି କାରଣକୁ ନେଇ ପାଟିତୁଣ୍ଡ ହୋଇଥିଲା । ଜ୍ୟୋତିରଞ୍ଜନଙ୍କୁ ସେ ଘରକୁ ପଠାଇ କିଛି ସମୟ ପରେ ରଶ୍ମି ରଞ୍ଜନ ଘରକୁ ଫେରୁଥିଲେ । ହେଲେ ବାଟରେ ଫେରିବା ପରେ ସେ ଦେଖିଲେ ଯେ ତାଙ୍କ ଭାଇଙ୍କୁ କେତେକ ଅପରାଧୀମାନେ ଛୁରୀ ଓ ଠେଙ୍ଗା ରେ ହତ୍ୟା କରିଛନ୍ତି ।

ସାଇଂଟିଫିକ୍ ଟିମ୍

ପାଟକୁରା ପୁଲିସ ଘଟଣାସ୍ଥଳରେ ପହଂଚିରକ୍ତ ଜୁଡ଼ୁ ବୁଡ଼ୁ ହୋଇ ପଡ଼ିଥିବା ଜ୍ୟୋତିରଞ୍ଜନଙ୍କୁ ଉଦ୍ଧାର କରି ପ୍ରଥମେ ପାଟକୁରା ଓ ପରେ କେନ୍ଦ୍ରାପଡା ମେଡିକାଲକୁ ନେଇଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଜ୍ୟୋତିରଞ୍ଜନଙ୍କ ଶବ ବ୍ୟବଛେଦ ହୋଇ ଗାଁ ମଶାଣିରେ ସଂସ୍କାର କରାଯାଇଛି । ଏ ସମ୍ପର୍କରେ କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକ ଶ୍ରୀ କଟାରିୟାଙ୍କୁ ପଚାରିବାରେ ସେ କହନ୍ତି ଯେ କେଉଁ କାରଣକୁ କେନ୍ଦ୍ର କରି ଜ୍ୟୋତିରଞ୍ଜନଙ୍କୁ ହତ୍ୟା କରାଯାଇଛି ତାହା ଆମେ ତଦନ୍ତ କରୁଛୁ,ପୂର୍ବ ଶତୃତାକୁ କେନ୍ଦ୍ର କରି ହତ୍ୟା କାଣ୍ଡ ହୋଇଥାଇ ପାରେ । ହତ୍ୟା କାରୀଙ୍କୁ ଧରିବା ପାଇଁ ତିନି ଗୋଟି ଟିମ୍ ଗଠନ କରାଯାଇଛି ।

ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ ୫ଜଣଙ୍କୁ ଥାନାରେ ଅଟକ ରଖାଯାଇ ପଚରାଉଚରା କରାଯାଉଛି । ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ କଟାରିୟା ସୂଚନା ଦେଇଛନ୍ତି । ଉଲେଖନୀୟ ଏହିକି ଯେ, ଆଜି ଦୁଇ ଭାଇଙ୍କର ବ୍ରତ ଘର ଅନୁଷ୍ଠିତ ହେବ ବୋଲି ଘରେ ବ୍ରତୋପନୟନ କାର୍ଯ୍ୟ ପାଇଁ ଆବଶ୍ୟକ ପ୍ରସ୍ତୁତି କରାଯାଉଥିଲା । ବନ୍ଧୁବାନ୍ଧବମାନେ ଘରେ ପହଂଚିଥିଲେ । ମାତ୍ର ଜ୍ୟୋତିରଂଜନଙ୍କ ଦୁଃଖଦ ମୃତ୍ୟୁ ପରିବାରରେ କାନ୍ଦ ବେବାଳି ପଡ଼ିବା ସହ ଗ୍ରାମରେ ଶୋକର ଛାୟା ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *