ସାମାଜିକ ସଂଗଠନ ମର୍ଣ୍ଣିଙ୍ଗ ମିଟ ପକ୍ଷରୁ ଗୁରୁ ପୂଜନ କାର୍ଯ୍ୟକ୍ରମ 

କଟକ,୦୬/୦୯/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା): ଓଡ଼ିଶାର ଅଗ୍ରଣୀ ସାମାଜିକ ସଂଗଠନ ମର୍ଣ୍ଣିଙ୍ଗ ମିଟ ପକ୍ଷରୁ ଫୁଲନଖରାଠାରେ ପବିତ୍ର ଗୁରୁଦିବସ ଉପଲକ୍ଷେ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଅନୁଷ୍ଠାନର ସଭାପତି ପ୍ରଶାନ୍ତ ମହାନ୍ତିଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଲକ୍ଷେଶ୍ୱର ହାଇସ୍କୁଲର ଅବସର ପ୍ରାପ୍ତ ସଂସ୍କୃତ ଶିକ୍ଷକ ପ୍ରତାପ ଚନ୍ଦ୍ର ଦାଶଙ୍କୁ ଅନୁଷ୍ଠାନ ପକ୍ଷରୁ ନିମନ୍ତ୍ରଣ କରାଯାଇ ପରମ୍ପରା ଅନୁଯାୟୀ ଗୁରୁଙ୍କ ପାଦ ଧୋଇ ଫୁଲ ଚନ୍ଦନ ଦେଇ ପୂଜା କରାଯାଇଥିଲା।

ଏହି ଗୁରୁ ପୂଜନ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ସୁଧୀର ପଟ୍ଟନାୟକ ଗୁରୁ ବନ୍ଦନା ଗାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଟିଟନ ସାହୁ, ହେମନ୍ତ ସାହୁ, ଯୁଗଳ କିଶୋର ସାହୁ, ଅମୂଲ୍ୟ ବାରିକ,ବିନୟ ଜେନା, ଅନୀଲ ମହାନ୍ତି, ଅନୀଲ ସାହୁ,ଗିରିଶ ବାରିକ ପ୍ରମୁଖ ଯୋଗ ଦେଇ ଥିଲେ।

Leave a Reply

Your email address will not be published. Required fields are marked *