ଗରଦପୁର,୦୬/୦୯/୨୦୨୫ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତ ର ରାଆଁଳ ଗ୍ରାମର ଶତାୟୁ ମହିଳା କମଳି ବିଶ୍ୱାଳ (୧୦୨ବର୍ଷ) ଙ୍କର ପରଲୋକ ଘଟିଛି । ରାଆଁଳ ଗ୍ରାମର ସ୍ୱର୍ଗତ ଜଗବନ୍ଧୁ ବିଶ୍ୱାଳଙ୍କ ପତ୍ନୀ କମଳି ଗତ କିଛି ଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡ଼ିତ ଥାଇ ଚିକିତ୍ସିତ ଥିଲେ । ଗତ ୪ ତାରିଖରେ ପରଲୋକ ଘଟିଛି ।

ସେ ଜଣେ ପରୋପକାରୀ, ମିଷ୍ଠ ଭାଷି, ସ୍ନେହୀ ମହିଳା ଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ବଡ଼ ପୁଅ ଚୈତନ୍ୟ ବିଶ୍ୱାଳ, ସାନ ପୁଅ ପୋଲିସ ଅଧିକାରୀ ଗୌରାଙ୍ଗ ଚରଣ ବିଶ୍ୱାଳ, ସାନ ବୋହୁ ସୁଷମା ବିଶ୍ୱାଳ, ମଝିଆଁ ବୋହୁ ନୀରୁପମା ବିଶ୍ୱାଳ, ନାତି ରଂଜନ ବିଶ୍ୱାଳ ,ନିମାଇଁ ବିଶ୍ୱାଳ,ନାତୁଣି ମୌସୁମୀ ବିଶ୍ୱାଳ ଓ ଇତିଶ୍ରୀ ବିଶ୍ୱାଳ ଙ୍କ ସମେତ ପରିବାର, ପଡ଼ୋସି , ବନ୍ଧୁ ବାନ୍ଧବ ଓ ଶୁଭେଛୁ ଉପସ୍ଥିତ ଥିଲେ । ଗାଁ ସ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ବଡ଼ ପୁଅ ଚୈତନ୍ୟ ବିଶ୍ୱାଳ ମୁଖାଗ୍ନୀ ଦେଇଥିଲେ । ଶତାୟୁ ମହିଳା କମଳି ଙ୍କ ବିୟୋଗରେ ଅଂଚଳରେ ଶୋକ ପ୍ରକାଶ ପାଇଛି ।
କମଳିଙ୍କ ପରଲୋକ ଖବର ପାଇ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର, ମାର୍ଶାଘାଇ ବ୍ଲକ୍ ର ପୂର୍ବତନ ଅଧ୍ୟକ୍ଷ ନବଘନ ନାୟକ, ବରିଷ୍ଠ ସାମ୍ବାଦିକ ଦୀପ୍ତିରଂଜନ କାନୁନଗୋ, ତେଣ୍ଡାକୁଡ଼ା ସରପଂଚ ମାନସ କୁମାର ରାଉତ, ପୂର୍ବତନ ସରପଂଚ ରବିନ୍ଦ୍ର ନାଥ ମହାନ୍ତି, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ବାସୁଦେବ ବେହେରା ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।
