ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ୱରା ସଡ଼କ ସୁରକ୍ଷା ଅଭିଯାନ

ଲକ୍ଷ୍ମୀପୁର ୦୨/୧୨/୨୦୨୩ (ଓଡିଶା ସମାଚାର/ପ୍ରମୋଦ ଜେନା )-ଲକ୍ଷ୍ମୀପୁର ମହା ବିଦ୍ୟାଳୟ ଠାରେ ଗତ ମାସ ୧୫ ତାରିଖରୁ ଚଳିତ ମାସ ୩୧ ତାରିଖ ଯାଏଁ ଧରି ଚାଲିଥିବା ନୂଆ ଯୁବ ଓଡିଶା ଓ ନବୀନ ଓଡିଶା ସାମାଜିକ କାର୍ଯ୍ୟକ୍ରମର ଏକ ନିର୍ଦ୍ଧିଷ୍ଟ ବିଷୟ ସଡ଼କ ସୁରକ୍ଷା ଅଭିଯାନ ମହା ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ୱରା ଆୟୋଜନ ହୋଇଯାଇଛି। ଏହା ଯୁକ୍ତ ତିନି ଅଧ୍ୟକ୍ଷ ବିଜୁ ମୁଦୁଲିଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିଲା।ଏହି ସୁରକ୍ଷା ଅଭିଯାନରେ ଛାତ୍ର ଛାତ୍ରୀ ମାନେ ଏକ ରାଲି ମାଧ୍ୟମରେ ମହାବିଦ୍ୟାଳୟଠୁ ବାହାରି ସହର ପରିକ୍ରମା କରିଥିଲେ।ବିଭିନ୍ନ ପ୍ରକାର ସ୍ଲୋଗାନ ମାଧ୍ୟମରେ ଲୋକଙ୍କୁ ସଚେତନ କରାଇଥିଲେ।ଏଥିରେ ମହାବିଦ୍ୟାଳୟର ଶତାଧିକ ଛାତ୍ର ଛାତ୍ରୀ ଯୋଗ ଦେଇ ଥିବା ବେଳେ ନୋଡାଲ ଅଫିସର ଦୁର୍ଯ୍ୟଧନ ସାହୁଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ମାନେ ସହ ଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *