ହୀରାକୁଦ ଜଳ ଭଣ୍ଡାରର ୨୪ ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି

ସମ୍ବଲପୁର,୦୫/୦୯/୨୦୨୫(ଓଡ଼ିଶା ସମାଚାର)- ଶୁକ୍ରବାର ୧୨ଟା ସୁଦ୍ଧା ୨୦ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଚାଲିଥିବା ବେଳେ ପରେ ସ୍ଥିତିକୁ ଦେଖି ଅପରାହ୍ନରେ ଆଉ ୪ଟି ସ୍ଲୁଇସ୍ ଗେଟ୍ ଖୋଲା ଯାଇଛି । ଫଳରେ ଅପରାହ୍ନ ୩ଟା ସୁଦ୍ଧା ମୋଟ୍ ୨୪ଟି ସ୍ଲୁଇସ୍ ଗେଟ୍ ଦେଇ ମହାନଦୀକୁ ବନ୍ୟାଜଳ ନିଷ୍କାସନ ଜାରି ରହିଛି । ଜଳଭଣ୍ଡାରର ବାମ ପାଶ୍ୱର୍ ଡାଇକର ୧୬ଟି ଓ ଡାହାଣ ପାଶ୍ୱର୍ର ଡାଇକ୍ର ୮ଟି ସ୍ଲୁଇସ୍ ଗେଟ୍ ଖୋଲା ରହିଛି ।

ଜଳଭଣ୍ଡାରର ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବା ବେଳେ ଅପରାହ୍ନ ୩ଟା ସୁଦ୍ଧା ଜଳଭଣ୍ଡାରର ଜଳ ସ୍ତର ୬୨୬.୬୨ ଫୁଟ୍ ରହିଛି । ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୪ ଲକ୍ଷ ୨୩ ହଜାର ୯୩୬ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ କରୁଥିବା ବେଳେ ୨୪ଟି ସ୍ଲୁଇସ୍ ଗେଟ୍, ସ୍ପିଲୱେ ଓ ପାୱାର ଚେନେଲ ଦେଇ ପ୍ରତି ସେକେଣ୍ଡରେ ୪ ଲକ୍ଷ ୨୩ ହଜାର ୯୩୬ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି । ଜଳଭଣ୍ଡାରର ଜଳ ସ୍ତର ଉପରେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଓ ବିଶେଷଜ୍ଞମାନେ ତୀକ୍ଷ୍ନ ଦୃଷ୍ଟି ରଖିଛନ୍ତି । ଅନ୍ୟପକ୍ଷରେ ଗତ ୨୪ ଘଂଟା ମଧ୍ୟରେ ଜଳଭଣ୍ଡାରର ଉପର ମୁଣ୍ଡରେ ୧୧.୧୮ ମି.ମି. ବର୍ଷା ରେକର୍ଡÿ ହୋଇଥିବା ବେଳେ ତଳ ମୁଣ୍ଡରେ ୦୬.୮୦ ମି.ମି. ବର୍ଷା ରେକର୍ଡÿ ହୋଇଛି ।

Leave a Reply

Your email address will not be published. Required fields are marked *