ଜଗତସିଂହପୁର, ୦୫/୦୯/୨୦୨୫ (ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନ ରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଜଗତସିଂହପୁରଠାରେ ଜିଲ୍ଲା ସ୍ତରୀୟ ଗୁରୁଦିବସ ଉତ୍ସବ ଓ ମୁଖ୍ୟ ମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ପାଳିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପରେଶ ଚନ୍ଦ୍ର ପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୨୧ ଜଣ ମାଧ୍ୟମିକ ଶିକ୍ଷକ, ୮ ଜଣ ପ୍ରାଥମିକ ଶିକ୍ଷକ ଓ ଜଣେ ସି. ଆର୍. ସି.ସି ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ରାଜ୍ୟଶ୍ରୀ ସାହୁ, ସମ୍ମାନନୀୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡ. ସୁଶାନ୍ତ ମହାନ୍ତି, ଜଗତସିଂହପୁର ବ୍ଲକ ଶିକ୍ଷାଧିକାରୀ ମଧୁସ୍ମିତା ପତି, ବାଲିକୁଦା ବ୍ଲକ୍ ଶିକ୍ଷାଧିକାରୀ ବିସମ୍ବର୍ ମଲ୍ଲିକ, ନାଉଗାଁ ବ୍ଲକ୍ ଶିକ୍ଷାଧିକାରୀ ଉମେଶ ଚନ୍ଦ୍ର ରାଉତ, ବିରିଡ଼ି ବ୍ଲକ୍ ଶିକ୍ଷାଧିକାରୀ ମିହିର କୁମାର ପାଲ୍, ଡାଏଟ୍, ଜଗତସିଂହପୁରର ପ୍ରଧ୍ୟାପକ ଜ୍ୟୋସ୍ନା ରାଣୀ ଦାସ ଯୋଗଦାନକରି ଶିକ୍ଷକ ମାନଙ୍କର ଭୂରି ଭୂରି ପ୍ରଶଂସା କରିଥିଲେ। ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜୀବନ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଜ୍ଞାନ ଶିକ୍ଷକ ପଦରଜ ଉମା କାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକ ବିଜୟ ଲକ୍ଷ୍ମୀ ଦାସ, ସସ୍ମିତା ଶତପଥୀ, ପ୍ରଜ୍ଞା ପ୍ରିୟଦର୍ଶିନୀ, ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ସୁମିତ୍ରା ମଲ୍ଲିକ, ତୃପ୍ତି ଦାସ, ନରେନ୍ଦ୍ର ବେହେରା ଇତ୍ୟାଦି କାର୍ଯ୍ୟକ୍ରମ ପରିଚାଳନା କରିବାରେ ସହଯୋଗ କରିଥିଲେ। 
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ସମ୍ବର୍ଦ୍ଧିତ ଶିକ୍ଷକମାନେ ହେଲେ ରେଖାଲତା ସାହୁ, ମଧୁସ୍ମିତା ମହାନ୍ତି, ସୁଲୋଚନା ସ୍ୱାଇଁ,ବିଜୟଲକ୍ଷ୍ମୀ ନାୟକ, ପ୍ରିୟଙ୍କା ପ୍ରିୟଦର୍ଶିନୀ,ସତ୍ୟଜିତ୍ ଶତପଥୀ, ସୌଭାଗ୍ୟ ପ୍ରସାଦ ମିଶ୍ର, ଅନ୍ନଦା ପ୍ରସାଦ ରାଉତ, ମାନସ ରଞ୍ଜନ ଗୋଛାୟତ,ଅଭିମନ୍ୟୁ ତରାଇ,ଅନୁପମା ମହାପାତ୍ର, ସୋନାଲି ସୁଚିସ୍ମିତା, ଟୁଟୁ ଦାଶ, ସୁକାନ୍ତି ଦାଶ, ପ୍ରଗତି ପ୍ରିୟମ୍ୱଦା ଜେନା, ଅଞ୍ଜନା ସାହୁ, ପ୍ରଳୟ ରଞ୍ଜନ ବେହେରା , ମାନସ କୁମାର ବେହେରା, ପ୍ରିୟଙ୍କା କୁମାରୀ ବେହେରା, ମନୋରଞ୍ଜନ ଦାସ, ବୈଜୟନ୍ତି ସାହୁ, ଶ୍ରୀଧର ମହାରଣା, ଚନ୍ଦନ ବେହେରା, ଚିନ୍ମୟୀ ସାହୁ, ପ୍ରିୟତମା ସାହୁ, ଅନିତା ବରାଳ,ବର୍ଷାରାଣୀ ସେଠୀ, ଶେଖ ବାସିମ ଅଖତାର, ଶ୍ରଦ୍ଧାମୟୀ ରାଉତ, ଶାନ୍ତନୁ କୁମାର ପାତ୍ର ।
