କଟକ ସଦର, ୦୫/୦୯/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ସୋମପୁର-କିଶନନଗର ରାସ୍ତା ର ବୁଢିଆଣୀ ମନ୍ଦିର ନିକଟରେ ଥିବା ଅଗ୍ରଣୀ ଇଂରାଜୀ ମାଧ୍ୟମ ଉଇସଡମ ପବ୍ଲିକ ସ୍କୁଲରେ ଆଜି ଶୁକ୍ରବାର ଦିନ ଗୁରୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।
ସ୍କୁଲର ନିର୍ଦେଶକ ବିବେକାନନ୍ଦ ଭୁୟାଁ ଙ୍କ ତତ୍ତ୍ୱାବଧାନରେ ଆୟୋଜିତ ସମାରୋହରେ ପରିଚାଳନା ନିର୍ଦ୍ଦେଶକ ପ୍ରିତମ ଚୌଧୁରୀ ,ଵନଜାଵାସିନୀ ଦାସ, ସରିତା ମହାନ୍ତି,ଗିତାଞ୍ଜଳୀ ନାୟକ,ଇସ୍ତାକ ଅହମଦ, ସାହେଦା ଅଞ୍ଜୁମ,ମୌସୁମୀ ମହାନ୍ତି, ରଶ୍ମି ରଞ୍ଜନ ରଣା ପ୍ରମୁଖ ଯୋଗ ଦେଇ ଗୁରୁ ଵିନା ଶିକ୍ଷା ଅନ୍ଧାର ବୋଲି କହିଥିଲେ। ଏହି ଅବସରରେ ପିଲାମାନେ ଶିକ୍ଷା ପାଇଁ ଗୁରୁଙ୍କ ଆବଶ୍ୟକତା ଉପରେ ଆଲୋକପାତ କରିବା ସହିତ ଗୁରୁମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
