କେନ୍ଦୁପାଟଣା ରେ ମା ଦୁର୍ଗା ଙ୍କ ଭଷାଣି ଉତ୍ସବ ସମାହିତ

ନିଶ୍ଚିନ୍ତକୋଇଲି, ୦୩/୧୦/୨୦୨୫ (ଓଡିଶା ସମାଚାର /ଅଭୟ ଜେନା)- କଟକ ଜିଲ୍ଲା କେନ୍ଦୁପାଟଣା ଠାରେ ମା ଅଷ୍ଟାଦଶ ଭୁଜା ଦୁର୍ଗା ଙ୍କର ଭଷାଣି ଉତ୍ସବ ସମାହିତ ହୋଇଯାଇଛି ।

ମହାସପ୍ତମୀ ଠାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ବିଭିନ୍ନ ଦିବସରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସ୍ୱନାମଧନ୍ୟ ସଂଗୀତ ଶିଳ୍ପୀ ଙ୍କ ଦ୍ୱାରା ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା ।ଏହି ଅବସରରେ କମିଟି ର ସଭାପତି ଯଚିନ୍ଦ୍ର ନାଥ ଜେନା ଓ ସମ୍ପାଦକ ନିରଞ୍ଜନ ଭୂୟାଁ ଙ୍କୁ ଅନୁଷ୍ଠାନ ପକ୍ଷରୁ ସେମାନଙ୍କର ଉତ୍ସର୍ଗୀକୃତ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା ।

ବିଜୟାଦଶମୀ ଓ ଦେବୀଙ୍କ ଦଶହରା ପର୍ବ ର ଉଦଯାପନୀ ଅବସରରେ ସନ୍ଧ୍ୟାରେ ରାବଣ ପୋଡି ସଟସର୍କିଟ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା । ଲଘୁଚାପ ବର୍ଷା ସତ୍ୱେ ଅତ୍ୟନ୍ତ ଶୃଙ୍ଖଳିତ ଭାବେ ପ୍ରଶାସନ ର ଗାଇଡ଼ ଲାଇନ ଆଧାରରେ ଉତ୍ସବ କୁ ଚିତ୍ରୋତ୍ପଳା ସାର୍ବଜନୀନ ଦୁର୍ଗାପୂଜା କମିଟି ର କର୍ମକର୍ତ୍ତା, ସଦସ୍ୟ ଓ ସ୍ଥାନୀୟ ଜନସାଧାରଣ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *