ଅସନ୍ତୁଷ୍ଟ ଙ୍କୁ ମନେଇଵାକୁ ତିନୋଟି ପଞ୍ଚାୟତ କୁ ନେଇ ବିଜେପି ର କର୍ମୀ ସମ୍ମୀଳନୀ

 ମଣ୍ଡଳ ସଭାପତି ଯୋଗ ଦେଲେ ନାହିଁ

କଟକ ସଦର,୦୩/୦୯/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଗତ କିଛିଦିନ ହେଲା କଟକ ସଦର ବିଜେପି ର କେତେକ ଆଗ ଧାଡ଼ିର କର୍ମୀ ଅସନ୍ତୋଷ ପ୍ରକାଶ କରୁଥିବା ଚର୍ଚ୍ଚା ଲାଗି ରହିଥିଵା ବେଳେ ସେମାନଙ୍କୁ ମନେଇଵାକୁ ଆଜି ବୁଧବାର ଦିନ ଵୋଧପୁର,ସୋମପୁର ଓ ଅରିଲୋ ତିନୋଟି ପଞ୍ଚାୟତ କୁ ନେଇ ଏକ କର୍ମୀ ସମ୍ମୀଳନୀ ତେଲଦିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଯୋଗଦେଇ ସମସ୍ତ ଙ୍କୁ ଦଳ ପାଇଁ ଏଵଂ ଅଞ୍ଚଳର ବିକାଶ ପାଇଁ ଏକ ମନ ପ୍ରାଣରେ ଏକଜୁଟ ହୋଇ କାମ କରିବାକୁ ଆହ୍ୱାନ ଦେଇଥିଲେ।

ହେଲେ ଏଥିରେ ଗୋଟିଏ  ଵୋଧପୁର ପଞ୍ଚାୟତ ଯୋଗଦେଇ ନଥିବା ବେଳେ ଆଠଗୋଟି ପଞ୍ଚାୟତ କୁ ନେଇ ଗଠିତ ବିଜେପି ମଣ୍ଡଳ ସଭାପତି ଚିତ୍ତରଞ୍ଜନ ସାହୁ ଙ୍କ ସହିତ ଵୋଧପୁର ପଞ୍ଚାୟତର ତଥା କଟକ ସଦର ଆତ୍ମା ସଭାପତି ରମା ପ୍ରସାଦ ବିଶ୍ୱାଳ ଓ ତାଙ୍କ ପତ୍ନୀ ତଥା ଉକ୍ତ ମଣ୍ଡଳ ର ସାଧାରଣ ସଂପାଦକ ଭାବେ ମନୋନୀତ ହୋଇଥିବା ମିନର୍ଭା ମହାପାତ୍ର ଯୋଗ ଦେଇ ନଥିବା ଜଣାପଡ଼ିଛି। ଏ ସମ୍ପର୍କରେ ମଣ୍ଡଳ ସଭାପତି ଚିତ୍ତରଞ୍ଜନ ସାହୁ ଙ୍କୁ ପଚାରିଵାରେ କେଉଁଠି କିଏ କର୍ମୀ ସମ୍ମୀଳନୀ କରୁଛନ୍ତି ମୁଁ ଜାଣିନାହିଁ ବୋଲି କହିଥିଲେ। ଏଥିପାଇଁ ଆଗକୁ ବିଜେପି ରାଜନୈତିକ ପାଣିପାଗ କେଉଁ ଆଡକୁ ଯାଉଛି ,ତାକୁ କେବଳ ଦେଖିବାକୁ ବାକି ରହିଲା।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିମଳ ପଣ୍ଡା,ସରୋଜ ବାରିକ, ଜ୍ୟୋତିପ୍ରକାଶ ନନ୍ଦ, ଶୁଭେନ୍ଦୁ ପଣ୍ଡା,ସରୋଜ ପଣ୍ଡା,ସମୀର ସେନାପତି, ହୃଷିକେଶ ସାମଲ, ପିନାକୀ ମହାନ୍ତି, ସୁଶାନ୍ତ ସେଠୀ, ପ୍ରଶନ୍ନ ପଣ୍ଡା,ଶିଵ ପ୍ରସାଦ ସାହୁ, ଦିବ୍ୟଜ୍ୟୋତି ସାହୁ ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *