କନ୍ଦରପୁର ରେ ଅପରେସନ ସିନ୍ଦୂର ପରାକ୍ରମ ତ୍ରିରଙ୍ଗା ଶୋଭାଯାତ୍ରା 

କଟକ ସଦର ,୨୪/୦୫/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କନ୍ଦରପୁର ବିଜେପି ମଣ୍ଡଳ ପକ୍ଷରୁ ସଭାପତି ନିରଞ୍ଜନ ରାଉଳ ଙ୍କ ନେତୃତ୍ଵରେ ଆଜି ଶନିବାର ଅପରାହ୍ନରେ ଅପରେସନ ସିନ୍ଦୂର ପରାକ୍ରମ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ଏଥିରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଯୋଗ ଦେଇ ପରାକ୍ରମ ତ୍ରିରଙ୍ଗା ଶୋଭାଯାତ୍ରା ସମ୍ପର୍କରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଵିଜେପି କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନା,ଅଭୟ ସ୍ୱ।ଇଁ  , ସୁରେଶ ଜେନା,ଯୋଗି ଯୋଗେନ୍ଦ୍ରନାଥ, ଚିତ୍ତରଞ୍ଜନ ମଲ୍ଲିକ, ରାଧାମୋହନ ମହଲାଙ୍କ ସମେତ ବହୁ ଦେଶପ୍ରେମୀ ମହିଳା ଓ ପୁରୁଷ ଯୋଗଦେଇଥିଲେ। ଶୋଭାଯାତ୍ରା ପରିଚାଳନା ରେ କନ୍ଦରପୁର ଥାନା ଭାରପ୍ରାପ୍ତ ଆରକ୍ଷୀ ନିରୀକ୍ଷକ ଆର୍ତ୍ତତ୍ରାଣ ସେଠୀ ଓ ସମସ୍ତ ଅଧିକାରୀ ଓ‌ କର୍ମଚାରୀ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *