କଟକରେ ଏକାଠି ହେଲେ କଂଗ୍ରେସ ମୁଖିଆ ଓ‌ ମୋକିମ

ମୋକିମଙ୍କ ମାନଭଞ୍ଜନ

କଟକ ସଦର,୦୩/୦୩/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ପ୍ରଦେଶ କଂଗ୍ରେସ କମିଟି ର ସଭାପତି ହେବାକୁ ଆଶାୟୀ ଥିବା କଟକ ର ପୂର୍ବତନ ବିଧାୟକ ଇଂ ମହମ୍ମଦ ମୋକିମ ଭକ୍ତ ଚରଣ ଦାସ ସଭାପତି ହେବା ପରେ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ଜୋର ଧରିଥିଲା। ଏପରିକି ଭକ୍ତଙ୍କ କେତେକ ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ରେ ମୋକିମ ନିଜକୁ ଦୂରେଇ ରଖିଥିବା ଦେଖିବାକୁ ମିଳିଥିଲା।

ହେଲେ ଆଜି (ସୋମବାର ଦିନ) ପିସିସି ସଭାପତି ଭକ୍ତ ଦାସ ମୋକିମ୍ ଙ୍କୁ ଭେଟି ମାନଭଞ୍ଜନ କରିବା ପରେ ଉଭୟ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଦେଖିବାକୁ ମିଳିଛି। ଆଗାମୀ ଦିନରେ କଂଗ୍ରେସ ର‌ ବୃହତ୍ତର ସ୍ୱ।ର୍ଥ ପାଇଁ ଉଭୟେ ଏକାଠି ହୋଇ କାମ କରିବେ ବୋଲି ଗଣମାଧ୍ୟମକୁ କହିଛନ୍ତି।

ଗତ କିଛିଦିନ ହେଲା କିଟ୍ ରେ‌ ଦେଖାଦେଇଥିବା ପରିସ୍ଥିତି ସପକ୍ଷରେ କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକଙ୍କ ସପକ୍ଷ ଯୁକ୍ତି ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ତାଙ୍କ ମୁହଁରେ ତୁଣ୍ଡି ଦିଆଯାଇଥିବା ଭକ୍ତ ଦାସ କହିଥିଲେ। ଏଥିରେ ବାରବାଟି କଟକ ବିଧାୟିକା ସୋଫିଆ ଫିରଦୋଷ, ବରିଷ୍ଠ କଂଗ୍ରେସ ନେତା ସୁରେଶ ମହାପାତ୍ର ଙ୍କ ସମେତ ବହୁ ନେତୃମଣ୍ଡଳୀ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *