ଜିଲାପାଳଙ୍କ ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ

କେନ୍ଦ୍ରାପଡ଼ା,୦୨/୦୯/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆର. ଆୟାର ମଙ୍ଗଳବାର ପୂର୍ବାହ୍ନରେ ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗସ୍ତ କରି ମେଡିକାଲ ଅଧିକାରୀଙ୍କ ସହିତ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।

ଏଥିସହିତ ଜିଲାପାଳ ଇଣ୍ଡୋର ଓ ଆଉଟ୍ ଡୋର ରୋଗୀ ମାନଙ୍କୁ ଭେଟି ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । ପରେ ଜିଲାପାଳ ବିଭିନ୍ନ ରେଜିଷ୍ଟର ଏବଂ ଔଷଧ ଗୁଡିକ ଯାଂଚ କରିଥିଲେ । ରୋଗୀ ମାନେ ଯେପରି ସର୍ବଦା ଉତମ ଚିକିତ୍ସା ସେବା ପାଇପାରିବେ ସେଥିପ୍ରତି ଗୁରୁତ୍ୱ ଦେଇ କାର୍ଯ୍ୟ କରିବାକୁ ଜିଲାପାଳ ମେଡିକାଲ ଅଧିକାରୀ ଏବଂ ଅନ୍ୟ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *