କଟକ ସଦର, ୨୨/୦୬/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ନୂଆଵଜାରସ୍ଥିତ କୁଷ୍ଠ ଚିକିତ୍ସାଳୟରେ ଚୈ।ଦ୍ୱ।ର-କଟକ ବିଧାୟକ ସୈ।ଭିକ୍ ବିଶ୍ୱାଳ ଏକ ସମୀକ୍ଷା ବୈଠକ କରିଥିବା ଜଣାଯାଇଛି। ଚିକିତ୍ସାଳୟ ପରିସରରେ ପାନୀୟ ଜଳ, ରାସ୍ତାଘାଟ, ଡ଼୍ରେନ୍ନ ଗୁଡ଼ିକର ସଫେଇ ଓ ପରିଷ୍କାର ସହିତ ପରିମଳ ଉପରେ ଗୁରୁତ୍ୱାରୋପ କରିଥିଲେ।
ଏଥିସହିତ ରୋଗୀ ଓ ଅନ୍ତେବାସୀ ମାନଙ୍କୁ ଉନ୍ନତ ମାନର ଚିକିତ୍ସା, ଉତ୍ତମ ଖାଦ୍ୟ, ସ୍ୱଚ୍ଛ ପାନୀୟ ଜଳ ଯୋଗାଇଦେବାକୁ ଚିକିତ୍ସାଳୟର ଅଧିକ୍ଷକଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ଅନ୍ତେବାସୀମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇ ସେଗୁଡ଼ିକର ତ୍ୱରିତ ସମାଧାନ ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଉକ୍ତ ସମୀକ୍ଷା ବୈଠକ ରେ ଚିକିତ୍ସାଳୟର ଅଧ୍ୟକ୍ଷ ଦିଲିପ ଜେନା ଙ୍କ ସମେତ ଗାନ୍ଧୀ ପଲ୍ଲୀ ଓ ନେହେରୁ ପଲ୍ଲୀ ର କାର୍ୟ୍ୟକର୍ତ୍ତା, ସମସ୍ତ କର୍ମଚାରୀ ଓ ଅନ୍ତେବାସୀ ମାନେ ଉପସ୍ଥିତ ହୋଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।