ରାଜ୍ୟ ମହିଳା ଆୟୋଗ ସଦସ୍ୟା ଙ୍କ ତୁଳସୀ ମହିଳା କଲେଜ ପରିଦର୍ଶନ 

କେନ୍ଦ୍ରାପଡ଼ା,୦୨/୦୯/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡାର ତୁଳସୀ ମହିଳା ମହାବିଦ୍ୟାଳୟକୁ ରାଜ୍ୟ ମହିଳା ଆୟୋଗ ସଦସ୍ୟା ଡ. କଳ୍ପନା ମଲ୍ଲିକ ମଙ୍ଗଳବାର ପରିଦର୍ଶନ କରିଛନ୍ତି । ସେ ମହାବିଦ୍ୟାଳୟର ଅଧ୍ୟକ୍ଷ,ଅଧ୍ୟାପକ, କର୍ମଚାରୀ, ଆଭ୍ୟନ୍ତରୀଣ କମିଟି ଅଧ୍ୟକ୍ଷା ଓ ସଦସ୍ୟ,ସଦସ୍ୟାମାନଙ୍କ ସହ ମହାବିଦ୍ୟାଳୟରେ ଯୌନ ଉତ୍ପୀଡ଼ନ ନିଷେଧ ଆଇନ ସମ୍ବନ୍ଧରେ ଆଲୋଚନା କରିଥିଲେ ।

ଏହି ଆଲୋଚନାରେ ଛାତ୍ରୀମନଙ୍କ ସହ ମଧ୍ୟ ସିଧାସଳଖ ଆଲୋଚନା ହୋଇଥିଲା । ଯେଉଁଥିରେ ଆଭ୍ୟନ୍ତରୀଣ କମିଟିର ଭୂମିକା, ଯୌନ ଉତ୍ପୀଡନ ବିଷୟକ ନିୟମାବଳୀ ଓ ସାମଗ୍ରୀ ବ୍ୟବହାର ଓ ଯୌନ ଉତ୍ପୀଡନ ଘଟଣା ସମ୍ବନ୍ଧୀୟ ସଚେତନତା ଉପରେ ଗଭୀର ଆଲୋଚନା ହୋଇଥିଲା । ଏହି ପରିଦର୍ଶନ ଲକ୍ଷ୍ୟ ଥିଲା ଶିକ୍ଷାନୁଷ୍ଠାନରେ ମହିଳାଙ୍କ ପାଇଁ ସୁରକ୍ଷିତ, ସଚେତନ ଓ ସମର୍ଥôତ ପରିବେଶ ସୃଷ୍ଟି କରିବା । ପରିଦର୍ଶନ ସମୟରେ ଜିଲା ସମାଜ କଳ୍ୟାଣ ଅଧିକାରୀ (ଡିଏସଡବ୍ଲୁଓ) ସୁଷମା ମହାନ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।

Leave a Reply

Your email address will not be published. Required fields are marked *