କେନ୍ଦ୍ରାପଡ଼ା,୦୨/୦୯/୨୦୨୫(ଓଡ଼ିଶା ସମାଚାର)- ଜିଲାପାଳ ରଘୁରାମ ଆର. ଆୟାର ମଙ୍ଗଳବାର ପୂର୍ବାହ୍ନରେ ଡେରାବିଶ ବ୍ଲକ ଅନ୍ତର୍ଗତ ବାରିମୂଳ ପଂଚାୟତର ସାନ୍ତାଳସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିଛନ୍ତି ।
ସ୍କୁଲ ଏବଂ ଅଙ୍ଗନୱାଡି କେନ୍ଦ୍ରର ଭିତିଭୂମି, ପାନୀୟ ଜଳ ବ୍ୟବସ୍ଥା, ପରିମଳ, ମଧ୍ୟାହ୍ନଭୋଜନ ଖାଦ୍ୟ, ଛତୁଆ ଇତ୍ୟାଦି ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ଆୟାର ପଚାରିବୁଝିଥିଲେ ।
ଏଥିସହିତ ଜିଲାପାଳ ସ୍କୁଲ ଏବଂ ଅଙ୍ଗନୱାଡି କେନ୍ଦ୍ରର ରେଜିଷ୍ଟର ଏବଂ ଅନ୍ୟ ଦସ୍ତାବିଜ ଦେଖିଥିଲେ । ଜିଲାପାଳ ସ୍କୁଲ ଏବଂ ଅଙ୍ଗନୱାଡି କେନ୍ଦ୍ରର ପିଲାମାନଙ୍କୁ ପାଠପଢା ବିଷୟରେ ପଚାରିବୁଝିଥିଲେ ।
