ନିଶ୍ଚିନ୍ତକୋଇଲି, ୦୫/୦୭/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )-କଳମିଶ୍ରି ପଞ୍ଚାୟତ ର ଜଣାଶୁଣା ବିଶିଷ୍ଟ ବ୍ୟକ୍ତି, ପ୍ତାକ୍ତନ ସମିତି ସଭ୍ୟ ଅଧିକାରୀ ପରିଡା ଙ୍କ ଦ୍ୱାଦଶାହ ଅବସରରେ ବିଶିଷ୍ଟବ୍ୟକ୍ତି ମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି | ତାଙ୍କର ରାଜନୈତିକ ଜୀବନକାଳ ମଧ୍ୟରେ, ବିଶେଷକରି ବିଶିଷ୍ଟ ରାଜନେତା ବିଜୟ ମହାପାତ୍ର ଙ୍କ ସହ ଯୋଡିହୋଇ ବିଭିନ୍ନ ଗଠନ ମୂଳକ କାର୍ଯ୍ୟକ୍ରମ ରେ ନିୟୋଜିତ ଥିଲେ |
ଆଜି ଦ୍ୱାଦଶାହ ଅବସରରେ ବିଶିଷ୍ଟ ରାଜନେତା ପ୍ରାକ୍ତନ ମନ୍ତ୍ରୀ ବିଜୟ ମହାପାତ୍ର, ସରପଞ୍ଚ ଅନନ୍ତ କର, ସୁବାଷ ଦାସ, ଅଶୋକ ସାହୁ, କଳ୍ପନା ଲେଙ୍କା, ସାମ୍ବାଦିକ ଅଭୟ ଜେନା, ବିଶ୍ୱଜିତ ପରିଡା ଅମରଜିତ ପରିଡା, ଅଭିଜିତ ପରିଡା, ସତ୍ୟଜିତ ପରିଡା ପ୍ରମୁଖ ବହୁବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ |
