ଆୟତପୁର ରେ ବିଧାୟକ ପ୍ରକାଶ ସେଠୀ ଙ୍କ ଜନସମ୍ପର୍କ ଯାତ୍ରା

କଟକ ସଦର, ୧୮/୦୮/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଆୟତପୁର ପଞ୍ଚାୟତର ବିଭିନ୍ନ ଗ୍ରାମରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଆଜି ସୋମବାର ଦିନ ଜନସମ୍ପର୍କ ଯାତ୍ରା କରି କରିଥିଲେ ।

ଏହି ଜନସମ୍ପର୍କ ଯାତ୍ରା ରେ ବିଧାୟକ ଶ୍ରୀ ସେଠୀ ଲୋକମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇ ସେଗୁଡ଼ିକର ସମାଧାନ ପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରିଥିବା ଜଣାଯାଇଛି।

ଏଥିରେ କନ୍ଦରପୁର ମଣ୍ଡଳ ବିଜେପି ସଭାପତି ନିରଂଜନ ରାଉଳଙ୍କ ସମେତ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନା, ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ମହାଳି, ନିମାଇଁ ମହାପାତ୍ର, ବଳରାମ ନାୟକ, ସଂଜୟ ସେଠୀ,ଅରୁଣ ଲେଙ୍କା,ଜ୍ଞାନ ରଂଜନ ବେହେରା,ଵାପି ସେଠୀ ପ୍ରମୁଖ ବିଧାୟକ ଙ୍କ ସହିତ ସାମିଲ ହୋଇ ଲୋକମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ।

Leave a Reply

Your email address will not be published. Required fields are marked *