ଯଶପଡା ଗଣେଶ ଭସାଣି ପାଇଁ ଶେଷ ପ୍ରସ୍ତୁତି ବୈଠକ

କଟକ ସଦର ,୦୨/୦୯/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ପ୍ରସିଦ୍ଧ ଯଶପଡା ଗଣେଶ ଭସାଣି ଉତ୍ସଵ ପରମ୍ପରା ଅନୁଯାୟୀ ଇନ୍ଦୁ ପୂର୍ଣ୍ଣମୀ ପରଦିନ ଅର୍ଥାତ ଆସନ୍ତା ୮ ତାରିଖ ସୋମବାର ଦିନ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବାକୁ ଆଜି ମଙ୍ଗଳବାର ଦିନ ଶେଷ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ଉପଲକ୍ଷେ ଯଶପଡା ସରପଂଚ ମିନତୀ ସେଠୀଙ୍କ ସଭାପତିତ୍ବରେ ଏଵଂ ଧରିଣା ସରପଂଚ ରତ୍ନାକର ରାଉତଙ୍କ ସଂଯୋଜନାରେ ଯଶପଡା ପଞ୍ଚାୟତ ଅଫିସରେ ଆୟୋଜିତ ପ୍ରସ୍ତୁତି ବୈଠକରେ ସାଲେପୁର ଉପଖଣ୍ଡ ପୋଲିସ ଅଧିକାରୀ ବିରଞ୍ଚିନାରାୟଣ ପତି ଓ କିଶନନଗର ଥାନା ଅଧିକାରିଣୀ ଦୂର୍ଗେଶ ନନ୍ଦିନୀ ମହାନ୍ତି ଯୋଗଦେଇ ଭସାଣି କୁ ଡିଜେ ମୁକ୍ତ ଓ ନିଶା ମୁକ୍ତ କରିବାକୁ ବିଶେଷ ଭାବେ ଗୁରୁତ୍ୱ।ରୋପ କରିଥିଲେ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ୧୩ ଗୋଟି ପୂଜା ମଣ୍ଡପର କର୍ମକର୍ତ୍ତା ମାନଙ୍କ ସହିତ ଵିଭୁଦତ୍ତ ରାଉତରାୟ, ବସନ୍ତ ଦାସ,ପ୍ରଶାନ୍ତ ପ୍ରଧାନ , ନରେନ୍ଦ୍ର ବେହେରା, ରଞ୍ଜନ ଭୁୟାଁ, ସୁବାଷ ଚନ୍ଦ୍ର ମହାନ୍ତି, ଗୌତମ ସାମଲ, କୈଳାସ ବେହେରା ଙ୍କ ସହିତ ଶତାଧିକ ଲୋକ ଯୋଗ ଦେଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *