କଟକ ସଦର ,୦୨/୦୯/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଵାରଦା ପଞ୍ଚାୟତ ଵରିମୁଣ୍ଡା ଗ୍ରାମରେ ମା’ ମଙ୍ଗଳା ପୂଜା କମିଟି ପକ୍ଷରୁ ୩୭ ତମ ମା’ ମଙ୍ଗଳାଙ୍କ ୫ ଦିନ ବ୍ୟାପୀ ମା’ ମଙ୍ଗଳାଙ୍କ ପୂଜାର୍ଚ୍ଚନା ଆଧ୍ୟାତ୍ମିକ ପରିବେଶ ଓ ମହାସମାରୋହରେ ଅନୁଷ୍ଠିତ ହୋଇଛି।
ଏହି ଅବସରରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ପୂଜା ମଣ୍ଡପ ରେ ଦର୍ଶନାର୍ଥୀଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିବା ବେଳେ ଭଜନ କୀର୍ତ୍ତନ ଓ ପ୍ରବଚନ ଅନୁଷ୍ଠିତ ହେଉଛି।ଵାର ଅଵାର ପଡୁଥିବା ରୁ ଆସନ୍ତା ଶୁକ୍ରବାର ଦିନ ନିରାଡମ୍ବର ଭାବେ ମହିଳା ମାନଙ୍କ ପକ୍ଷରୁ ଭସାଣି ଶୋଭାଯାତ୍ରା କରାଯାଇ ମା’ ଙ୍କ ମୃଣ୍ମୟ ମୂର୍ତ୍ତିକୁ ବିସର୍ଜନ କରାଯିବ ବୋଲି ଆୟୋଜକ କମିଟି ପକ୍ଷରୁ ବ୍ୟଙ୍ଗ କବି ଅଧ୍ୟାପକ ପ୍ରତାପ ଚନ୍ଦ୍ର ବେହେରା କହିଛନ୍ତି।
