“ସାହିତ୍ୟ ମାସିକୀ” ଅଧିବେଶନ :”ସର୍ଜନା ଓ ନୀରାଜନା” ପୁସ୍ତକ ପାଠକାର୍ପିତ

ଭୁବନେଶ୍ୱର,୩୧/୦୫/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ପ୍ରବନ୍ଧ -ଆଲୋଚନା କ୍ଷେତ୍ରରେ ଅଧିକ ଉଦ୍ୟମ ହେଲେ ଆମ ସାହିତ୍ୟର ପାଠକ ବୃଦ୍ଧିରେ ତାହା ସହାୟକ ହେବ । ସାହିତ୍ୟର ଆଲୋଚନା ବିଭିନ୍ନ କୃତିର ମୂଲ୍ୟାୟନ ପାଇଁ ଗୁରୁତ୍ୱପୂର୍ଣ ବୋଲି ଅତିଥିମାନେ ମତ ଦେଇଛନ୍ତି ।

      ଆଜି ସନ୍ଧ୍ୟାରେ ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ “ସାହିତ୍ୟ ମାସିକୀ “ରେ ଅଧ୍ୟାପକ ପ୍ରଫୁଲ୍ଲ କୁମାର ପାଣିଙ୍କ ଲିଖିତ “ସର୍ଜନା ଓ ଆଲୋଚନା”ର ପାଠକାର୍ପଣ ହୋଇଥିଲା । ବିଶିଷ୍ଟ କଵି ପ୍ରଦୀପ ବିଶ୍ୱାଳଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ବିଶିଷ୍ଟ ପ୍ରାବନ୍ଧିକ ପ୍ରଫେସର କ୍ଷୀରୋଦ ଚନ୍ଦ୍ର ବେହେରା ଓ ସୁଖ୍ୟାତ କବି ରଞ୍ଜନ କୁମାର ଦାସ ଯୋଗ ଦେଇ  ପୁସ୍ତକରେ ସ୍ଥାନିତ ବିଷୟଗୁଡିକ ଉପରେ ଆଲୋକପାତ କରିଥିଲେ । ଲେଖକ ଶ୍ରୀ ପାଣି ଓ ପୁସ୍ତକର ପ୍ରକାଶକ ପକ୍ଷୀଘର ପ୍ରକାଶନୀର ବନୋଜ ତ୍ରିପାଠୀ ଯଥାକ୍ରମେ ଲେଖକୀୟ ଓ ପ୍ରକାଶକୀୟ ମନ୍ତବ୍ୟ ରଖିଥିଲେ ।

ଅନୁଷ୍ଠାନର ସଭାପତି ସୂର୍ଯ୍ୟ ମିଶ୍ର ଓ କାର୍ଯ୍ୟକାରୀ ସଭାପତି ରକ୍ଷକ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ପ୍ରଫେସର ସନ୍ତୋଷ ତ୍ରିପାଠୀ, ପ୍ରଦୀପ୍ତ କୁମାର ବାରିକ, ନନ୍ଦ କିଶୋର ବିଶ୍ୱାଳ, ମିହିର କୁମାର ସାହୁ ଓ ଆଲୋଚକ ହିମାଂଶୁ ପରିଡା ଇତ୍ୟାଦି ମତାମତ ରଖିଥିଲେ ।

ଏହାପରେ ଅଶୋକ ସିଂହ ଓ ଜୟଶ୍ରୀ ପଟ୍ଟନାୟକଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ସ୍ମୃତିରଞ୍ଜନ ତ୍ରିପାଠୀ, ଲକ୍ଷ୍ମୀଧର ଦାସ, ଇତିଶ୍ରୀ ପତି, ପ୍ରକାଶ ବେହେରା, ଅଲେଖ ଚରଣ ରାଉତ, ସତ୍ୟରଞ୍ଜନ ପ୍ରହରାଜ,, କୁମୁଦିନୀଜୀ, ରଜନୀକାନ୍ତ ପଟ୍ଟନାୟକ, ବିଜୟ କୁମାର ମହାପାତ୍ର, ମିନତି ମିଶ୍ର, ମାଙ୍ଗଳିକା ମହାପାତ୍ର, ମନୁଆ ଦାସ, ଆଶିଷ କୁମାର ମିଶ୍ର, ମନମୋହନ ମିଶ୍ର, କଳ୍ପନା ମହାରଣା, ସୌଦାମିନୀ ତ୍ରିପାଠୀ, ନିରୁପମା ରଥ, ନଟବର ଆଚାର୍ଯ୍ୟ, ଶୁଭବ୍ରତ ମହାପାତ୍ର, ଶ୍ୟାମା କିଙ୍କର ମହାନ୍ତି, ଦେବରାଜ ବିଶୋଇ, ପ୍ରିୟରଞ୍ଜନ ପଟ୍ଟନାୟକ, ଜଗନ୍ନାଥ ନାୟକ, ସୁବ୍ରତ ରଥ, ବାସନ୍ତୀ ତ୍ରିପାଠୀ, ବୀଣାପାଣି ଚୌଧୁରୀ, ସୁଷମା ଦାସ ଓ ସ୍ଵର୍ଣ୍ଣଲତା ମହାପାତ୍ର ପ୍ରମୁଖ ସ୍ୱରଚିତ ଲେଖା ପାଠ କରିଥିଲେ । ଶେଷରେ ଉପସଭାପତି ବିଭୁତି ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *