ଶିକ୍ଷକଙ୍କ ପାଇଁ ଟିଇଟି ପାସ୍ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୦୨/୦୯/୨୦୨୫(ଓଡ଼ିଶା ସମାଚାର/ଏଜେନ୍ସି)- ଶିକ୍ଷକମାନଙ୍କୁ ନେଇ ଏକ ବଡ଼ ରାୟ ଶୁଣାଇଛନ୍ତି ସୁ୍ରିମକୋର୍ଟ । ସୁପ୍ରିମକୋର୍ଟ କହିଛନ୍ତି ଯେ ଯେଉଁ ଶିକ୍ଷକମାନଙ୍କର ୫ ବର୍ଷରୁ ଅଧିକ ସମୟ ଚାକିରି ଅଛି ସେମାନଙ୍କୁ ଟିଇଟି ବା ଶିକ୍ଷକ ଯୋଗ୍ୟତା ପରୀକ୍ଷାରେ ପାସ କରିବାକୁ ହେବ । ଓଡ଼ିଶା ଦୃଷ୍ଟିରେ ଦେଖିବାକୁ ହେଲେ ଶିକ୍ଷକମାନଙ୍କୁ ଓଟିଇଟି ପାସ କରିବାକୁ ପଡ଼ିବ ।

ଏପରି ନ ହେଲେ ଚାକିରି ହରାଇବାକୁ ପଡିପାରେ । ସୁପ୍ରିମକୋର୍ଟ ଙ୍କ ପକ୍ଷରୁ ବିଚାରପତି ଦୀପଙ୍କର ଦତା ଏବଂ ଅଗଷ୍ଟିନ ଜର୍ଜ ମାସିହଙ୍କ ଖଣ୍ଡପୀଠ ନିଜ ରାୟରେ କହିଛନ୍ତି ଯେ ଯେଉଁମାନଙ୍କର ୫ ବର୍ଷରୁ ଅଧିକ ଚାକିରି ବାକି ଅଛି ସେମାନଙ୍କୁ ବାଧ୍ୟତାମୂଳକ ଭାବରେ ଟିଇଟି ପାସ୍ କରିବାକୁ ପଡିବ । ଟିଇଟି ସମ୍ପର୍କରେ ସୁ୍ରିମକୋର୍ଟଙ୍କ ଏହି ନିର୍ଦ୍ଧେଶକୁ ଶିକ୍ଷା ବ୍ୟବସ୍ଥାରେ ଗୁଣବତା ଏବଂ ଦାୟିତ୍ୱ ସୁନିଶ୍ଚିତ କରିବା ଦିଗରେ ଏକ ବଡ଼ ପଦକ୍ଷେପ ବୋଲି ବିବେଚନା କରାଯାଉଛି ।

ତଥାପି, ଯେଉଁ ଶିକ୍ଷକମାନଙ୍କର ଅବସର ପାଇଁ ୫ ବର୍ଷରୁ କମ୍ ଚାକିରି ବାକି ଅଛି ସେମାନେ ଟିଇଟି ପାସ୍ ନକରି ମଧ୍ୟ ଚାକିରିରେ ରହି ପାରିବେ । କିନ୍ତୁ କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଯେଉଁ ଶିକ୍ଷକମାନେ ପରୀକ୍ଷାରେ ପାସ୍ କରିପାରିବେ ନାହିଁ ସେମାନେ ଚାକିରି ଛାଡି ପାରିବେ କିମ୍ବା ବାଧ୍ୟତାମୂଳକ ଅବସର ନେଇ ଟର୍ମିନାଲ୍ ସୁବିଧା ପାଇପାରିବେ । ତାମିଲନାଡୁ ଏବଂ ମହାରାଷ୍ଟ୍ର ସମେତ ଅନେକ ରାଜ୍ୟର ଆବେଦନ ସମ୍ପର୍କରେ ଏହି ନିଷ୍ପତି ଦିଆଯାଇଛି ।

Leave a Reply

Your email address will not be published. Required fields are marked *