୪ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୦୨/୦୯/୨୦୨୫(ଓଡ଼ିଶା ସମାଚାର ) – ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ  । ମଙ୍ଗଳବାର ଦିଲ୍ଲୀରେ ହେବାକୁ ଥିବା ସେମିକନ କନଫରେନ୍ସରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ  । ସେପ୍ଟେମ୍ବର ୩ ଓ ୪ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଜିଏସଟି କାଉନସିଲର ୫୬ ତମ ବୈଠକ  । ଦିଲ୍ଲୀ ଗସ୍ତ ପୂର୍ବରୁ ଓଡ଼ିଶା ଉପସ୍ଥାପନ କରିବାକୁ ଯାଉଥିବା ପ୍ରସ୍ତାବ ନେଇ ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ  ।

ବର୍ତମାନ ୪ଟି ସ୍ଲାବ ୫, ୧୨, ୧୮ ଓ ୨୮ ପ୍ରତିଶତରେ ଜିଏସଟି ରହିଛି । ଏହାକୁ ପରିବର୍ତନ କରାଯାଇ ୨ଟି ପର୍ଯ୍ୟାୟରେ ଲାଗୁ କରାଯିବାକୁ ପ୍ରସ୍ତାବ ରହିଛି  । ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ୫ ପ୍ରତିଶତ ଦ୍ରବ୍ୟ ଓ ସେବା କର ଲାଗୁ ହେବ  । ସେହିପରି ଅନ୍ୟ ସାଧାରଣ ସାମଗ୍ରୀ ଉପରେ ଲାଗିବ ୧୮ ପ୍ରତିଶତ  । ବିଳାସ ସାମଗ୍ରୀ ଓ ତମାଖୁ ଆଦି ପଦାର୍ଥ ଉପରେ ସ୍ୱତନ୍ତ୍ର ୪୦ ପ୍ରତିଶତ ଜିଏସଟି ଲାଗୁ କରାଯିବାର ବ୍ୟବସ୍ଥା ରହିଛି  ।

ଜିଏସଟି ବୈଠକରେ ଯୋଗ ଦେବା ସହ ଓଡ଼ିଶାରେ ସେମିକଣ୍ଡକଟର ସେକ୍ଟରରେ ପୁଞ୍ଜିନିବେଶ ନେଇ ମଧ୍ୟ ଆଲୋଚନା କରି ପାରନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ  । ଯଦି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟନ୍ତି ତେବେ ରାଜ୍ୟର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ନେଇ ମଧ୍ୟ ସେ ଆଲୋଚନା କରିପାରନ୍ତି । ସେହିପରି କିଛି କେନ୍ଦ୍ର ମନ୍ତ୍ରୀ ଓ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟି ରାଜ୍ୟରେ ସାଂଗଠନିକ ସ୍ଥିତି ନେଇ ଆଲୋଚନା ପାରନ୍ତି ।

ସେହିପରି ରାଜ୍ୟରେ ଖାଲି ପଡିଥିବା ମନ୍ତ୍ରୀ ପଦ ଓ ବିଭିନ୍ନ ନିଗମର ଅଧ୍ୟକ୍ଷ ପଦ ପୂରଣ ପାଇଁ ଆଲୋଚନା କରିବାର ସମ୍ଭାବନା ରହିଛି  । ହେଲେ ଏନେଇ କୌଣସି ସଠିକ ସୂଚନା ମିଳିନାହିଁ  । ରାଜ୍ୟରେ ଗତ ବର୍ଷେ ହେବ ୬ ମନ୍ତ୍ରୀ ପଦ ଓ ବିଭିନ୍ନ ନିଗମର ଅଧ୍ୟକ୍ଷ ପଦ ଖାଲିରହିଛି  । ଯାହାକୁ ନେଇ ବିଭିନ୍ନ ସମୟରେ ରାଜ୍ୟ ବିଜେପି ସଭାପତି ମଧ୍ୟ ଦିଲ୍ଲୀ ଗସ୍ତ କରି କେନ୍ଦ୍ରୀୟ ନେତାଙ୍କୁ ସାକ୍ଷାତ କରି ସବିଶେଷ ଆଲୋଚନା କରିଥିଲେ  ।

Leave a Reply

Your email address will not be published. Required fields are marked *