କଟକ ସଦର,୦୧/୦୯/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ଥାନା ଅଞ୍ଚଳରେ ଗଣେଶ ଙ୍କ ଠାରୁ ଦଶହରା, କାଳିପୂଜା ଓ କାର୍ତ୍ତିକେୟ ଭସାଣି ରେ ଡିଜେ ଓ ମଦକୁ ଦୃଢ଼ ଭାବେ ବନ୍ଦ କରିବାକୁ ଅଣ୍ଟା ଭିଡ଼ିଲେ କିଶନନଗର ଥାନା ଅଧିକାରିଣୀ ଦୂର୍ଗେଶ ନନ୍ଦିନୀ ମହାନ୍ତି। ଏଥିପାଇଁ ଏଵେ ଠାରୁ ଗଣେଶ ଭସାଣି କୁ ଡିଜେ ଓ ନିଶାମୁକ୍ତ ସହିତ ଶୋଭାଯାତ୍ରାରେ ୬ ଗୋଟି ଡ଼ାକବାଜି ବକ୍ସ ବ୍ୟବହାର କରିବାକୁ ପୂଜା କମିଟି ମାନଙ୍କୁ ଡାକି ଆଲୋଚନା କରିଥିବା ଜଣାପଡିଛି।
ଏହା ପରଠାରୁ ପ୍ରତ୍ୟେକ ନିଶା ବିକ୍ରି ଅଞ୍ଚଳକୁ ଘନଘନ ଚଢ଼ାଉ ଅଭିଯାନ ଚଳାଇ ଥିବାରୁ ନିଶା ମାଫିଆ ଓ ନିଶାଡି ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଏଥିପାଇଁ ଆଜି କେତେକ ପୂଜା କମିଟି କର୍ମକର୍ତ୍ତା ଶୋଭାଯାତ୍ରାରେ ଅଧିକ ବକ୍ସ ବ୍ୟବହାର କରିବାକୁ କିଶନନଗର ତହସିଲ କୁ ଜନଶୁଣାଣୀ ରେ ଆସିଥିବା ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେଵ୍ ସିନ୍ଧେ ଙ୍କୁ ସାକ୍ଷାତ କରି ଦାବି ପତ୍ର ଦେଇଥିବା ବେଳେ ଜିଲ୍ଲାପାଳ ଏହାକୁ ଅଗ୍ରାହ୍ୟ କରି ୫ ଟି ବକ୍ସ ବ୍ୟବହାର କରିବାକୁ ଆଇଆଇସି ଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି।
ଏଥିପାଇଁ ଆଜି ଅଚାନକ ଫୁଲରା ଠାରେ ଆଇଆଇସି ପହଞ୍ଚି ଆଦେଶକୁ ଅଣଦେଖା କରିବାକୁ ଉଦ୍ୟମ କରୁଥିବା ଯୁବକମାନଙ୍କୁ ଏଥିରୁ ନିବୃତ ରହିବାକୁ ଶପଥ ପାଠ କରାଇଥିବା ଚର୍ଚ୍ଚା ର ଵିଷୟ ହୋଇଛି।
