ତୃଟିପୂର୍ଣ୍ଣ ପାଠ୍ୟ ପୁସ୍ତକ ଶିକ୍ଷାରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଷ ହୋଇଥାଏ

ଆଠଗଡ ୦୯/୦୮/୨୦୨୬ (ଓଡ଼ିଶା ସମାଚାର)- ତୃଟିପୂର୍ଣ୍ଣ ପାଠ୍ୟ ପୁସ୍ତକ ଏହି କୋମଳମତି ପିଲା ମାନଙ୍କ ପାଇଁ ଏହା ବିଷ ସଦୃଶ। ଏହା ବିରୁଦ୍ଧରେ ଅବିଭାବକମାନଙ୍କ ସହିତ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ମାନେ ସଚେତନ ହେବା ଆବଶ୍ୟକ ବୋଲି ଆଜି ଫୋରମ୍ ଅଫ୍ ଏକାଡେମି ଆନୁକୁଲ୍ୟରେ ଶିକ୍ଷା ଜ୍ୟୋତି ସମ୍ମାନ ୨୦୨୬ ଉଦଯାପନ ସମହାରରେ ଯୋଗଦେଇ ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ଫୋରମ୍ ର ସଭାପତି ପ୍ରାକ୍ତନ ପ୍ରଧ୍ୟାପକ ଡଃ ଦାମୋଦର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟ ଓଡ଼ିଆ ବିଭାଗର ପ୍ରାକ୍ତନ ପ୍ରଧ୍ୟାପକ ସନ୍ତୋଷ କୁମାର ତ୍ରିପାଠୀ ଯୋଗ ଦେଇଥିଲେ। ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବେ ଅଖିଳ ଭାରତୀୟ ଶିକ୍ଷା ସୁରକ୍ଷା କମିଟିର ଓଡ଼ିଶା ଚାପ୍ଟର ର ସାଧାରଣ ସମ୍ପାଦକ ସୁବାସ ନାୟକ,ଓ ଭାରତୀୟ ଉଚ୍ଚତମ ନ୍ୟାୟାଳୟ ର ଅଧିବକ୍ତା ଆଦିତ୍ୟ ପ୍ରତାପ ସ୍ଵାଇଁ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଜେନ ଆଲଫା (୦ ରୁ ୧୬) ଦେଶର ଭବିଷ୍ୟତ ର ସମ୍ପତ୍ତି, ତୃଟି ପୂର୍ଣ୍ଣ ଜାତୀୟ ଶିକ୍ଷା ନୀତି ମାଧ୍ୟମରେ ଏମାନଙ୍କୁ ପଙ୍ଗୁ କରିବାକୁ ଚେଷ୍ଟା ଚାଲିଛି।

ରାଜ୍ୟ ରେ ଆଠଗଡ ନିର୍ବାଚନମଣ୍ଡଳୀର ଆଠଗଡ଼ ତିଗିରିଆ ଟାଙ୍ଗୀ ଚୌଦ୍ବାର ବ୍ଲକ ଓ ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ୧୦ ଜଣ ପ୍ରାଥମିକ ଶିକ୍ଷକ,୧୦ ଜଣ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ୮ ଜଣ ନିଟ ପରୀକ୍ଷା ରେ ଉତିର୍ଣ୍ଣ ହୋଇ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ରେ ଶତ ପ୍ରତିଶତ ପରୀକ୍ଷାଫଳ କରିଥିବା ବିଦ୍ୟାଳୟ ଓ ଏ ୨ ରେ ମାଟ୍ରିକ ପରୀକ୍ଷା ରେ କୃତକାର୍ଯ୍ୟ ହୋଇଥିବା ୫୫ ଜଣ ଛାତ୍ରଛାତ୍ରୀ ଏବଂ ଫୋରମ୍ ଦ୍ଵାରା ଅନୁଷ୍ଠିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ କୁଇଜ୍ ପ୍ରତିଯୋଗିତା ଓ ପଜଲ ପ୍ରତିଯୋଗିତା ରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଯଥାକ୍ରମେ ୫ ହଜାର,୩ ହଜାର ଏବଂ ୨ ହଜାର ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯାଇଥିଲା। ଏଥି ସହିତ ସାନ୍ତ୍ଵନା ମୂଳକ ଭାବରେ ୧ ହଜାର ଟଙ୍କା ଲେଖାଏଁ ପ୍ରଦାନ କରା ଯାଇଥିଲା।

ସେହିପରି ମାଟ୍ରିକ ପରୀକ୍ଷା ରେ ୯୦ ଶତକଡା ରୁ ଅଧିକ ନମ୍ବର ରଖି ଥିବା ୫୫ ଜଣ ଛାତ୍ରଛାତ୍ରୀ, ଯୁକ୍ତ ଦୁଇ ପରୀକ୍ଷାରେ କଳା ବିଜ୍ଞାନ ଏବଂ ଧନ୍ଦା ମୂଳକ ଶିକ୍ଷା ରେ ନିର୍ବାଚନ ମଣ୍ଡଳୀ ରେ ସର୍ବଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ୪ ଜଣ ଛାତ୍ରଛାତ୍ରୀ ଏବଂ ଯୁକ୍ତ ତିନି ପରୀକ୍ଷା ରେ କଳା ବିଜ୍ଞାନ ଓ ବାଣିଜ୍ୟ ରେ ସର୍ବ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ୩ ଜଣ ଛାତ୍ରଛାତ୍ରୀ ଙ୍କୁ ଯୁବ ଅଧିବକ୍ତା ଆଦିତ୍ୟ ପ୍ରତାପ ସ୍ଵାଇଁ ଲାପଟପ୍ ବଣ୍ଟନ କରା ଯାଇଥିଲା।

 ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ସ୍ବାଇଁ ଆଠଗଡ଼ ମେଧାବୀ ଶିକ୍ଷା ଓ ଶିକ୍ଷାନୁଷ୍ଠାନ ର ଉନ୍ନତି ଓ ସୁରକ୍ଷା ପାଇଁ ସେ ପ୍ରତିଶୃତିବଦ୍ଧ ବୋଲି କହିଥିଲେ।ଫୋରମ୍ ଅଫ୍ ଏକାଡେମି ର ସମ୍ପାଦକ ଡଃ ଶଶିଭୂଷଣ ମିଶ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଫୋରମ୍ ର ସଂଯୋଜକ ପ୍ରାକ୍ତନ ପ୍ରଧ୍ୟାପକ ଡଃ ରାମଚନ୍ଦ୍ର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ସହସଂଯୋଜକ ଲଳିତ ମୋହନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଗତକାଲି ଉଦଘାଟନ ସମାହାରରେ ସ୍ଥାନୀୟ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ସରକାରଙ୍କ ତୃଟିପୂର୍ଣ୍ଣ ଶିକ୍ଷା ନୀତି ବିରୁଦ୍ଧରେ ବର୍ଷିଥିଲେ । ଏହାସହିତ ନିର୍ବାଚନ ମଣ୍ଡଳୀର ୫୫ ଉଚ୍ଚ ବିଦ୍ୟାଳୟ ଏବଂ ୧୪ ଉଚ୍ଚତମ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କର କୁଇଜ ଏବଂ କଳା ସଂସ୍କୃତି ଉପରେ ପ୍ରତିଯୋଗିତା ମାନ କରଯାଇଥିଲା ।

Leave a Reply

Your email address will not be published. Required fields are marked *