ବିଜେପି ନେତା ସଲିମ ଖାନ୍ ଙ୍କ ମାତୃ ବିୟୋଗରେ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କଲେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା

କେନ୍ଦ୍ରାପଡ଼ା, ୩୧/୦୮/୨୦୨୫(ଓଡ଼ିଶା ସମାଚାର)- ବିଜେପି ସଂଖ୍ୟାଲଘୁ ନେତା ସଲିମ ଖାନ୍ ଙ୍କ ମାତୃ ବିୟୋଗ ଘଟିଥିବାରୁ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବାକୁ କେନ୍ଦ୍ରାପଡା ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡା ଫକିରାବାଦ ସ୍ଥିତ ସଲିମ ଖାନ ଙ୍କ ବାସ ଭବନରେ ଆସି ପହଂଚିଥିଲେ । ସାଂସଦ ଶ୍ରୀ ପଣ୍ଡା ଶୋକ ସନ୍ତପ୍ତ ପରିବାରର ସଦସ୍ୟମାନଙ୍କୁ ଭେଟି ଏହି ବିପଦ ସମୟରେ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ଶ୍ରୀ ପଣ୍ଡା କହିଥିଲେ ଯେ ସ୍ୱର୍ଗତା ସୁରମନ ବିବି ଜଣେ ସମାଜସେବୀ ଥିଲେ । ସେ ତାଙ୍କ ଜୀବନରେ ଅନେକ ସାମାଜିକ କାର୍ଯ୍ୟ କରିଯାଇଥିବାରୁ ତାଙ୍କ ଅବଦାନ ସମଗ୍ର କେନ୍ଦ୍ରାପଡ଼ା ସହରର ଲୋକଙ୍କ ପାଇଁ ସ୍ମରଣୀୟ ହୋଇ ରହିବେ । ଏଭଳି ଜଣେ ମହିୟସୀ ମହିଳାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସେ ମର୍ମାହତ ବୋଲି ସାଂସଦ କହିଥିଲେ । ଏହି ଅବସରରେ ସାଂସଦ ଶ୍ରୀ ପଣ୍ଡାଙ୍କ ସହ ମହାକାଳପଡ଼ା ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକ, ବିଜେପି ଜିଲା ସଭାପତି ଶଶାଙ୍କ ଶେଖର ସେଠୀ, ସଞ୍ଜୟ ରଥଙ୍କ ସମେତ ଅନ୍ୟ ଦଳୀୟ ନେତାମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *