ଭୁବନେଶ୍ୱର,୦୩/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ଆସନ୍ତା ଜାନୁୟାରୀ ୪ ତାରିଖ ସକାଳ ୧୦ ଘଟିକା ସମୟରେ ପାଟକୁରା ଗାନ୍ଧୀ ଭାବେ ପରିଚିତ ରାଜକିଶୋର ନାୟକ ଙ୍କ ୧୫ତମ ସ୍ମାରକୀ ଗାନ୍ଧୀ ବକ୍ତୃତା କାର୍ଯ୍ୟକ୍ରମ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ହେବ । ଚଳିତ ବର୍ଷ ପାଇଁ ବିଷୟବସ୍ତୁ ହେଉଛି ବୈଶ୍ବିକ ପରମ୍ପରାରେ ଗାନ୍ଧୀ ବିଚାର (Global Legacy of Gandhian Ideology) । ଏହି ସମାରୋହରେ ଉଦଘାଟନ ତଥା ସ୍ମାରକୀ ଗାନ୍ଧୀ ବକ୍ତୃତା ପ୍ରଦାନ କରିବେ ବିଶିଷ୍ଟ ସାହିତ୍ୟିକ ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ଏମ୍. ବିରାପ୍ପା ମୋଇଲି । ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକା ଡ. ଅର୍ଚ୍ଚନା ନାୟକ, ପୂର୍ବତନ ପ୍ରମୁଖ ମୁଖ୍ୟ ଆୟକର ଆୟୁକ୍ତ ଶ୍ରୀଯୁକ୍ତ ମନୋରଞ୍ଜନ ପାଣିଗ୍ରାହୀ ଭିତ୍ତି ଭାଷଣ ପ୍ରଦାନ କରିବେ ବୋଲି ରାଜକିଶୋର ନାୟକ ନ୍ୟାସନାଲ ଫାଉଣ୍ଡେସନର ସଭାପତି ପ୍ରହଲ୍ଲାଦ ସିଂହ ଜଣାଇଛନ୍ତି । ଏହି ସଭାରେ ସଦୟ ଯୋଗଦାନ ପାଇଁ ଫାଉଣ୍ଡେସନ ପକ୍ଷରୁ ଆମନ୍ତ୍ରଣ କରାଯାଇଛି ।
ରାଜକିଶୋର ନାୟକ ସ୍ମାରକୀ ଗାନ୍ଧୀ ବକ୍ତୃତା ଜାନୁୟାରୀ ୪ ରେ
