ଲକ୍ଷ୍ମୀନାରାୟଣ ସେବା ପ୍ରତିଷ୍ଠାନରେ ଆଇନ ସଚେତନତା ସଭା ।

ଯାଜପୁର ୧୭/୧୧/୨୦୨୫ (ଓଡ଼ିଶା ସମାଚାର)-ଯାଜପୁର ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା ଦୌରାଜଜ୍ ତଥା ପ୍ରାଧିକରଣ ଅଧ୍ୟକ୍ଷ ଅମୃତ ରଞ୍ଜନ ନନ୍ଦ ଙ୍କ ନିର୍ଦ୍ଦେଶ କ୍ରମେ ଦଶରଥପୁର ବ୍ଲକ୍ ଅନ୍ତର୍ଗତ ଲକ୍ଷ୍ମୀନାରାୟଣ ସେବା ପ୍ରତିଷ୍ଠାନ ପରିସରରେ ଏକ ଆଇନ୍ ସଚେତନତା ସଭା ପ୍ରାଧିକରଣ ସଚୀବ ଶ୍ରୀମତୀ ନେହା ଅଗ୍ରଓ୍ବାଲ୍ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ଅତିଥି ଆଲୋଚକ ଭାବେ ଯାଜପୁର ସିଭିଲ୍ କୋର୍ଟ ରେଜିଷ୍ଟାର ମାନସ ରଞ୍ଜନ ସାମନ୍ତରାୟ ଦଶରଥପୁର ବ୍ଲକ୍ ମଣ୍ଡଳ ଉନ୍ନୟନ ଅଧିକାରୀ ଆକାଶ ପଟ୍ଟନାୟକ ଓ ପ୍ରାଧିକରଣ ପ୍ରାକ୍ତନ ସଦସ୍ୟ ତଥା ସାମାଜିକ କାର୍ଯ୍ୟକର୍ତ୍ତା ଡ଼ ରୁଦ୍ରନାରାୟଣ ପୃଷ୍ଟି ପ୍ରମୁଖ ଯୋଗଦେଇ ବାପା,ମା,ବରିଷ୍ଠ ନାଗରିକ ମାନଙ୍କ ପୁଅ ଝିଅ ସମ୍ପର୍କୀୟ ଉତ୍ତରାଧିକାରୀ ମାନେ ସେମାନଙ୍କ ସେବା ଯତ୍ନ,ଦେଖାରଖା କିପରି କରିବେ ଓ ଏହି ଦାୟିତ୍ଵ ନିର୍ବାହ ନକରିବାର ପରିଣତି ସହିତ ବରିଷ୍ଠ ନାଗରିକ ଆଇନ୍ ୨୦୦୭ ର ବିଭିନ୍ନ ଦିଗକୁ ନେଇ ବିସ୍ତୃତ ଆଲୋଚନା କରିଥିଲେ ।

ବରିଷ୍ଠ ନାଗରିକମାନେ କିପରି ମର୍ଯ୍ୟାଦା ର ସହ ଜୀବନ ଧାରଣ କରିବେ ତାହା ସହ ସେମାନଙ୍କ ନିରାପତ୍ତା ଏବଂ ସବୁପ୍ରକାର ସହଯୋଗ ସେମାନଙ୍କୁ ମିଳିବ ସେନେଇ କେନ୍ଦ୍ର ଓ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରୁଥିବା ବେଳେ ସ୍ଵେଛ୍ଛାସେଵୀ ଅନୁଷ୍ଠାନ ସଜାଗ ଥିବା ନେଇ ବକ୍ତଵ୍ୟରେ କହିବା ସହ ସେସବୁ ସୁବିଧା ନେବା ପାଇଁ ବରିଷ୍ଠ ମାନଙ୍କୁ ପରାମର୍ଶ ଦେଇଥିଲେ ।ଉପସ୍ଥିତ ଥିବା କେତେଵ ବରିଷ୍ଠ ନାଗରିକ ସେମାନଙ୍କ ସମସ୍ୟା ସମ୍ପର୍କିତ ପ୍ରଶ୍ନ ପଚାରିଥିଲେ ଓ ତାର ଯଥୋଚିତ ଉତ୍ତର ସଚୀବ ଏବଂ ରେଜିଷ୍ଟ୍ରାର ମହୋଦୟ ରଖିଥିଲେ । ଲକ୍ଷ୍ମୀନାରାୟଣ ସେବା ପ୍ରତିଷ୍ଠାନ ସମ୍ପାଦକ ପରେଶ କୁମାର ମଲ୍ଲିକ୍ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପ୍ରାଧିକରଣ ଓ ସେବା ପ୍ରତିଷ୍ଠାନ ର କର୍ମଚାରୀମାନେ ମିଳିତଭାବେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *