ଜଗତସିଂହପୁର, ୩୧/୦୮/୨୦୨୫ (ଓଡ଼ିଶା ସମାଚାର)- ଜାତୀୟ କ୍ରୀଡା ଦିବସର ଉଦଯାପନୀ ଉତ୍ସବ ଅବସରରେ ଏକ ସାଇକେଲ୍ ରାଲି ଆୟୋଜିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ପତାକା ଦେଖାଇ ରାଲିକୁ ଶୁଭାରମ୍ଭ କରିଥିଲେ।ଏହି ସାଇକେଲ୍ ରାଲି ପୁରୋହିତପୁର ଉଚ୍ଚ ବିଦ୍ୟାଳୟ ପରିସର ରୁ ବାହାରି ଇଣ୍ଡୋର୍ ଷ୍ଟାଡିୟମ, ଜଗତସିଂହପୁର ଠାରେ ସମାପ୍ତ ହୋଇଥିଲା।
ଏହି ସାଇକଲ ରାଲିରେ କ୍ରୀଡ଼ାବିତ, ସ୍କୁଲ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ସହରର ନାଗରିକ ମାନେ ସାଇକେଲ୍ ଚଳାଇ କ୍ରୀଡାପ୍ରତି ସଚେତନତା, ସ୍ୱାସ୍ଥ୍ୟ ଜାଗରୁକତା ଓ ପରିବେଶ ସୁରକ୍ଷାର ସନ୍ଦେଶ ପ୍ରଚାର କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାୟ କହିଲେ ଏହା କେନ୍ଦ୍ର ସରକାରଙ୍କ ଏକ ଯୋଜନା।ଏହି ରାଲି ମାଧ୍ୟମରେ ସମାଜ କୁ ବାର୍ତ୍ତା ଦେବା ଯେ କ୍ରୀଡା କସରତ ମାଧ୍ୟମରେ ନିଜକୁ ଫିଟ ରଖିବା ଓ ଶରୀର କୁ ସୁସ୍ଥ ରଖିବା।
ଜିଲ୍ଲା କ୍ରୀଡା ବିଭାଗ ଦ୍ୱାରା ଆୟୋଜିତ ଏହି ସାଇକେଲ୍ ରାଲିରେ ଜିଲ୍ଲା କ୍ରୀଡା ଅଧିକାରୀ, ଶ୍ରୀମତୀ ବିଶ୍ଵ ବିଜୟିନୀ ପଟ୍ଟନାୟକ ଙ୍କ ସମେତ କର୍ମଚାରୀ, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, କ୍ରୀଡାବିତ୍ ଓ ସ୍ଥାନୀୟ କ୍ରୀଡାପ୍ରେମୀ ଯୋଗଦାନ କରିଥିଲେ ।
