ବିଲେଇଶୁଣୀ ମକରମେଳାରେ ପୁରସ୍କାର ବିତରଣ ଉତ୍ସବ

ଗରଦପୁର,୨୨/୦୧/୨୦୨୫ (ଓଡ଼ିଶା ସମାଚାର)-ଗରଦପୁର ବ୍ଳକ୍ ଅନ୍ତର୍ଗତ ପଳସୁଧା ଗ୍ରାମ ପଂଚାୟତରେ ୬୧ତମ ବିଲେଇଶୁଣି ମକରମେଳା ଉପଲକ୍ଷେ ଆୟୋଜିତ ହୋଇଥିବା କ୍ରୀଡା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି । ଏହି ଉପଲକ୍ଷେ ମକର ମେଳାର ସଭାପତି ବସନ୍ତ କୁମାର ସାହୁ ଙ୍କ ସଭାପତିତ୍ୱ ରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଯୋଗଦେଇ ମକର ମେଳା ଦ୍ୱାରା ସ୍ଥାନୀୟ ଅଂଚଳରେ ଭାଇଚାରା ବଜାୟ ରହିଥିବା ପ୍ରକାଶ କରିଥିଲେ । ସମ୍ମାନନୀୟ ଅତିଥି ଭାବେ ତିର୍ତୋଲ ବିଧାୟକ ଡ. ରମାକାନ୍ତ ଭୋଇ, ଜଗତ୍ସିଂହପୁର ୧ନ. ଜୋନ୍ ର ଜିଲ୍ଲା ପରିଷଦ ସଭ୍ୟା ରଂଜିତା ସିଂହ, କେନ୍ଦ୍ରାପଡା ଜିଲା ଯୁବ ବିଜେଡି ସଭାପତି ରାଜେସ୍ ଦାସ, ଗରଦପୁର ବ୍ଲକ୍ ଅଧ୍ୟକ୍ଷ ଅଭୟ କୁମାର ମହାରାଜ, ଗରଦପୁର ବ୍ଲକ୍ ର ପୂର୍ବତନ ଅଧ୍ୟକ୍ଷ ଦିଲ୍ଲିପ କୁମାର ସାହୁ, ଶେଖ ମେହରାବାନ୍ ଅଲ୍ଲୀ, ପାଟକୁରା ବିଧାୟକଙ୍କ ପ୍ରତିନିଧି କ୍ଷିତିଶ ଚନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ମକର ମେଳା ଉପଲକ୍ଷେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ରେ କୃତୀତ୍ୱ ଅର୍ଜନ କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ପୂର୍ବତନ ସରପଂଚ ଅନୁଜ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ପୂର୍ବତନ ସରପଂଚ ମଧୁସୂଦନ ରାଉତ, ରବିନ୍ଦ୍ର ମହାପାତ୍ର, ପ୍ରଫୁଲ୍ଲ ସିଂହ, ବିକାଶ ସିଂହ, ସୁଧାଂଶୁ ଶେଖର ସିଂହ, ପ୍ରଣବ ଜେନା, ଦୀପକ ସ୍ୱାଇଁ, ଜିବିତେଷ ପରିଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *