ମାହାଙ୍ଗା ,୧୭/୧୨/୨୦୨୪ (ଓଡିଶା ସମାଚାର /ଅଭୟ ଜେନା)-ମାହାଙ୍ଗା ମାଟିର କୀର୍ତ୍ତିବାନ ପୁରୁଷ, ବିଖ୍ୟାତ ସମାଜ ସଂସ୍କାରକ ବୈରାଗୀ ମିଶ୍ରଙ୍କ ୧୪୦ ତମ ଜନ୍ମ ଜୟନ୍ତୀ ବରୁଣେଇ ପୀଠ ଗୁଣୁପୁର ଠାରେ ସାହିତ୍ୟିକ ଅଖିଳେଶ ପଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ପ୍ରାଧ୍ୟାପକ ଡକ୍ଟର ଭୁବନାନନ୍ଦ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ, ଓଡିଆ ଜାତିକୁ ନୈତିକତାର ଅଧୋଗତି ଏବଂ ସାମାଜିକ ଅବକ୍ଷୟ ଏବଂ କୁସଂସ୍କାର ତଥା ଅନ୍ଧ ବିଶ୍ୱାସରୁ ମୁକ୍ତି ଦେବାପାଇଁ ସଂସ୍କରକ ବୈରାଗୀ ମିଶ୍ରଙ୍କ ଜୀବନବ୍ୟାପୀ ଅବଦାନ ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ସାହିତ୍ୟିକ ଡକ୍ଟର ଭାବଗ୍ରାହୀ ରାଉତ ଯୋଗଦେଇ ଓଡିଆ ଅସ୍ମିତା ପାଇଁ ବୈରାଗୀ ମିଶ୍ରଙ୍କ କ୍ରାନ୍ତିକାରୀ ଭୂମିକା ଅବର୍ଣ୍ଣନୀୟ ବୋଲି କହିଥିଲେ । ପ୍ରାଧ୍ୟାପକ ଡକ୍ଟର ମନୋରଞ୍ଜନ ବେହୁରା ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ ।
ସ୍ମୁତି କମିଟିର ସଭାପତି ଉପେନ୍ଦ୍ର ନାଥ ରଣା ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ପୂଜ୍ୟପୂଜା ପ୍ରତି ଉତ୍ସର୍ଗୀକୃତ ଭାବନା ଆମ ସଂସ୍କୃତିର ମହନୀୟତା ବୋଲି କହିଥିଲେ । ବିଶିଷ୍ଟ ଅତିଥି ଭାବେ ସୁସାହିତ୍ୟିକ କବି ପ୍ରଶାନ୍ତ କୁମାର କର ବୈରାଗୀ ମିଶ୍ରଙ୍କ ଜୀବନ ଦର୍ଶନ ଉପରେ ଆଲୋଚନା କରିଥିଲେ । ପ୍ରଧାନଶିକ୍ଷୟିତ୍ରୀ କ୍ଷଣପ୍ରଭା ସାମଲ, ଯୁବ ସଂଗଠକ ଜିତେନ୍ଦ୍ର ସାହୁ,ସମାଜସେବୀ ଭୂପେନ ଚାଟାଜ୍ଜି, ପୂର୍ବତନ ସରପଞ୍ଚ ଅଭିନ୍ନ ଜେନା, ସାହିତ୍ୟ ସଂଗଠକ ତାରାକାନ୍ତ ମହାପାତ୍ର,ଯୁବ ସଂଗଠକ ଶୁଭେନ୍ଦୁ ସାମଲ, ସଂଗଠକ ରାକେଶ ସାହୁ,ପ୍ରମୁଖ ଉତ୍ସବରେ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ କଳା ଓ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ସ୍ଥାନୀୟ ଅଂଚଳର ପ୍ରମୋଦ ବାରିକ, ସୁନାକର ପାତ୍ର, କାର୍ତ୍ତିକ ସାମଲ, ରବୀନ୍ଦ୍ର ସିଂହଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଉମେଶ ସାହୁ,ଅଞ୍ଜନ ସାହୁ,ଅରୁଣ ଲେଙ୍କା,ସଚିନ୍ଦ୍ର ସାହୁ, ଅଜୟ ରାଉତ,ସତ୍ୟବ୍ରତ ସାମଲ ପ୍ରମୁଖ ପରିଚାଳନା କରିଥିଲେ । ଅତିଥିମାନେ ସ୍ବର୍ଗତ ମିଶ୍ରଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିବା ବେଳେ ସ୍ମୁତି ସଂସଦ ପକ୍ଷରୁ ପୂଜାର୍ଚନା କରାଯାଇଥିଲା । ଉତ୍ସବରେ ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକ ଓ ବିଦ୍ୟାର୍ଥୀ ମାନେ ଉପସ୍ଥିତ ଥିଲେ ।
ସଂସ୍କାରକ ବୈରାଗୀ ମିଶ୍ରଙ୍କ ୧୪୦ ତମ ଜୟନ୍ତୀ ପାଳିତ
