କଟକ, ୩୦/୦୮/୨୦୨୫ ( ଓଡିଶା ସମାଚାର/ ଅଭୟ ଜେନା )- କଟକ ସଦର ଗୁଆଳି ମୌଜାର ସୂର୍ଯ୍ୟ ଗୁରୁକୁଳର ନୃତ୍ୟଗୁରୁ ସଂଗୀତା ଛୋଟରାୟଙ୍କୁ ଭୁବନେଶ୍ଵର ଭଞ୍ଜ କଳାମଣ୍ଡପରେ ଆୟୋଜିତ ଶ୍ରୀ ଜୟଦେବ ରାଷ୍ଟ୍ରୀୟ ସମାରୋହରେ ” ପଦ୍ମାବତୀ ରାଷ୍ଟ୍ରୀୟ ପୁରସ୍କାର” ପ୍ରଦାନ କରାଯାଇଛି।ଶ୍ରୀ ଜୟଦେବ ରାଷ୍ଟ୍ରୀୟ ସମାରୋହରେ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା କଳାକାରମାନେ ସେମାନଙ୍କର କଳା ପ୍ରଦର୍ଶନ କରିଥିଲେ।
କଟକ ସଦର ଅନ୍ତର୍ଗତ ଗୁଆଳି ମୌଜାରେ ଗାୟକ ଆହ୍ଳାଦ ସୁରେନ୍ଦ୍ର ନାଥ ଛୋଟରାୟଙ୍କ ଦ୍ଵାରା ପ୍ରତିଷ୍ଠିତ ଓ ସୌଭାଗ୍ୟ ନାରାୟଣ ଛୋଟରାୟଙ୍କ ନିର୍ଦ୍ଦେଶନାରେ ସୂର୍ଯ୍ୟ ଗୁରୁକୁଳର ଛାତ୍ରୀମାନେ ଚିତାକର୍ଷକ ଓଡ଼ିଶାର ନିଜସ୍ଵ ଓଡ଼ିଶୀ ନୃତ୍ୟ ପରିବେଷଣ କରି ମଣ୍ଡପରେ ଭରପୁର ଦର୍ଶକଙ୍କୁ ବିମୋହିତ କରି ଦେଇଥିଲେ। ସନ୍ଧ୍ୟାର ମୁଖ୍ୟଅତିଥି ହିସାବରେ ଦୁଷ୍ମନ୍ତ କୁମାର ସ୍ୱାଇଁ,ସମ୍ମାନିତ ଅତିଥି ଦେଵବ୍ରତ ସାହୁ,ମୋହିନୀ ଚକ୍ରବର୍ତ୍ତୀ,ବାବା ପ୍ରଫୁଲ୍ଲ ମହାରାଜଙ୍କ ସମେତ ସମାରୋହର କର୍ମକର୍ତ୍ତାମାନେ ସଂଗୀତାଙ୍କୁ ଉପାଧି ଫଳକ,ଉପଢୌକନ ଦେଇ ପୁରସ୍କୃତ କରିଥିଲେ।
