ସୋଆ କୃଷିବିଜ୍ଞାନ କଲେଜର ଚାଷୀଙ୍କୁ ତାଲିମ କାର୍ଯ୍ୟକ୍ରମ

ଭୁବନେଶ୍ୱର,୩୦/୦୮/୨୦୨୫ (ଓଡ଼ିଶା ସମାଚାର)-ଭୁବନେଶ୍ୱରସ୍ଥିତ ସୋଆ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ କୃଷି ମହାବିଦ୍ୟାଳୟର ୪ର୍ଥ ବର୍ଷ ଛାତ୍ରୀମାନେ ଚାଷୀମାନଙ୍କୁ ଜୈବିକ ପ୍ରଣାଳୀରେ ଚାଷ ପଦ୍ଧତି ପ୍ରଶିକ୍ଷଣ ଦେଇଛନ୍ତି । ଆଜି ବାଲିଅନ୍ତା ବ୍ଲକ ଶିଙ୍ଗିରିଶାସନ ଗ୍ରାମଠାରେ ଧାନଚାଷ ସମେତ ଅନ୍ୟାନ୍ୟ ଫସଲ ଚାଷରେ ପୋକ, କୀଟ-ପତଙ୍ଗ ଲାଗିଲେ ଜୈବିକ ପଦ୍ଧତିରେ ଫସଲ ସୁରକ୍ଷିତ ରଖିବା କୌଶଳ ନେଇ ଚାଷୀମାନଙ୍କ ସହ ଆଲୋଚନା ହୋଇଥିଲା ।

ଚାଷୀମାନଙ୍କ ସହ ପ୍ରତ୍ୟକ୍ଷ ଭାବ ବିନିମୟ କାର୍ଯ୍ୟକ୍ରମ କୃଷିବିଜ୍ଞାନ ମହାବିଦ୍ୟାଳୟର ସହକାରୀ ପ୍ରଧ୍ୟାପକ ଶ୍ରୀକୁମାର ସମ୍ଭବ ଓ ଡଃ ଶୁଭଶ୍ରୀ ସରକାରଙ୍କ ତତ୍ୱାବଧାନରେ ହୋଇଥିଲା । ପୋକ ତଥା କୀଟପତଙ୍ଗ ଦାଉରୁ ଫସଲକୁ ଟ୍ରାଇକୋ କାର୍ଡ଼ ଓ ଚିତ୍ରମିରି ପୋକ ମାଧ୍ୟମରେ ରକ୍ଷା କରାଯାଇ ପାରିବାର ବୈଷୟିକ କୌଶଳ ପ୍ରଦର୍ଶନ ସହିତ ଚାଷୀମାନଙ୍କ ବିଭିନ୍ନ ପ୍ରଶ୍ନର ଉତର ଛାତ୍ରୀମାନେ ଦେଇଥିଲେ ।

କ୍ଷେତ୍ର ପ୍ରଦର୍ଶନ ସହିତ ଚାଷୀମାନଙ୍କୁ ବିଭିନ୍ନ କୌଶଳ ଶିଖାଇବା ସହ ଆଲୋଚନା କାର୍ଯ୍ୟକ୍ରମରେ ଛାତ୍ରୀ କୁମାରୀ ସିମରନ ସ୍ୱାଇଁ, ରାଜଶ୍ରୀ ସ୍ୱାଇଁ, ସ୍ନେହାଶୀଷ ସାମଲ, ଅନୀଷା ସେଠୀ, ଆସ୍ଥା ତ୍ରିପାଠୀ, ସୁହାସିନୀ ସିଂ, ଶ୍ୱେତାମେଘା ବାର୍ଷିନୀ, ଲୋପାମୁଦ୍ର ପ୍ରଧାନ, ଅଭିପ୍ସା ଶତପଥୀ, ସ୍ମୃତିଶ୍ରୀ ତ୍ରିପାଠୀ, ନିହାରିକା ସ୍ୱାଇଁ, କୀର୍ତିପୂର୍ଣ୍ଣା ତରାଇ, ଶାସ୍ୱତୀ ସେନାପତି, ନୀଲାଞ୍ଜନା ସନ୍ତୋଷ, ଯଶସ୍ୱୀ ସିଂ, ସାଗରିକା ନାୟକ, ସାଇ ତମନ୍ନା, ସୌମ୍ୟାଶ୍ରୀ ମାଇତି, ଦେବାଂଶୀ ତ୍ରିପାଠୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

ପ୍ରକାଶଥାଉକି, ଏହି ଶିବିରରେ ସୋଆର କୃଷି ଛାତ୍ରୀମାନଙ୍କ ମଧ୍ୟରେ ନିହାରିକା ସ୍ୱାଇଁ, ଶାଶ୍ୱତୀ ସେନାପତି, କୀର୍ତିପୂର୍ଣ୍ଣା ତରାଇ, ଆସ୍ଥା ତ୍ରିପାଠୀ, ନିଲାଞ୍ଜନା ସେନ ପ୍ରଶିକ୍ଷଣ ଦେବା ସହିତ ଚାଷ ସମ୍ବନ୍ଧିତ ପ୍ରଶ୍ନର ଉତର ଦେଇଥିଲେ । ସିମରନ୍ ସ୍ୱାଇଁ, ରାଜଶ୍ରୀ ସ୍ୱାଇଁ, ସ୍ନେହାଶୀ ସାମଲ, ଅନିଷା ସେଠୀ, ଆସ୍ଥା ତ୍ରିପାଠୀ ମଂଚ ପରିଚାଳନା କରିଥିଲେ । ସୁହାନା ସିଂ, ଶ୍ୱେତା ମେଘାବର୍ଷିନୀ, ଲୋପାମୁଦ୍ରା ପ୍ରଧାନ, ଅଭିପ୍ସା ଶତପଥୀ, ସ୍ମୃତିଶୀ ତି୍ରପାଠୀ ଚାଷୀ ଭାଇମାନଙ୍କୁ ଟ୍ରାଇକୋ କାର୍ଡ ଓ ଚିତ୍ରମିରି ପୋକ ପ୍ରଦର୍ଶନ କରିଥିଲେ । ଶେଷରେ ଯଶ୍ୱଶୀ ସିଂ, ସାଗରିକ ନାୟକ, ସାଇ ତମନ୍ନା, ସୌମ୍ୟାଶ୍ରୀ ମୈତ୍ରୀ, ଦେବାନ୍ସୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *