ବ୍ୟକ୍ତି ନୁହେଁ ଏକ ଅନୁଷ୍ଠାନ ଥିଲେ ଭଜକୃଷ୍ଣ ରାଉତ

ଶ୍ରୀବଳଦେବଜୀଉ କଲ୍ୟାଣ ମଣ୍ଡପରେ ଦ୍ୱିତୀୟ ଶ୍ରାଦ୍ଧୋତ୍ସବ
କେନ୍ଦ୍ରାପଡ଼ା, ୨୮/୦୮/୨୦୨୫(ଓଡ଼ିଶା ସମାଚାର)- ବିଶିଷ୍ଟ ସମାଜସେବୀ ତଥା ଶିକ୍ଷା, ସଂସ୍କୃତି ଓ କ୍ରୀଡ଼ା ସଂଗଠକ ସ୍ୱର୍ଗତ ଭଜକୃଷ୍ଣ ରାଉତ କେବଳ ଜଣେ ବ୍ୟକ୍ତି ନଥିଲେ ବରଂ ନିଜେ ଏକ ଅନୁଷ୍ଠାନ ଥିଲେ ବୋଲି ସହରର ସାନ୍ତସାହିସ୍ଥିତ ଶ୍ରୀବଳଦେବଜୀଉ କଲ୍ୟାଣ ମଣ୍ଡପରେ ଗୁରୁବାର ଅନୁଷ୍ଠିତ ଦ୍ୱିତୀୟ ବାର୍ଷିକ ଶ୍ରାଦ୍ଧୋତ୍ସବରେ ଯୋଗଦେଇ ବିଶିଷ୍ଟ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।

ଭଜକୃଷ୍ଣ ରାଉତ ମେମୋରିଆଲ ଟ୍ରଷ୍ଟ ଆନୁକୂଲ୍ୟରେ ଅନୁଷ୍ଠିତ ‘ସ୍ମୃତିରେ ଭଜକୃଷ୍ଣ’ ଶୀର୍ଷକ କାର୍ଯ୍ୟକ୍ରମରେ ଅଧ୍ୟାପକ ଅଜୟ ସାମଲ ଅଧ୍ୟକ୍ଷତା କରିଥିଲେ । କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ଜିଲା ପରିଷଦ ସଭାପତି ଲିଳିତା ଦାସ, ପୌରାଧ୍ୟକ୍ଷା ସରିତା ସାହୁ, ପ୍ରାକ୍ତନ ବିଧାୟକ ଚିନ୍ମୟ ବେହୁରା, ଡ. ସିପ୍ରା ମଲ୍ଲିକ, ବିଜେପି ନେତ୍ରୀ ଗୀତାଞ୍ଜଳି ସେଠୀ, ସାହିତି୍ୟକ ଡ଼ ବାସୁଦେବ ଦାସ, ଭୀମସେନ ଭୂୟାଁ, ଯୁବନେତା ରାଜେଶ ପଣ୍ଡା, ଧିରେନ ସାହୁ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ରାଉତଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଶିବ ପ୍ରସାଦ ଭଳ, ମାନସ ପରିଡ଼ା, ପ୍ରଦୀପ୍ତ ମହାନ୍ତି, ଦୁର୍ଗାଶିଷ ମହାନ୍ତି, ସୁରେନ୍ଦ୍ର ରାଉତ, ପ୍ରମୋଦ ରଥ, ଅଜୟ ରାଉତ, ଅକ୍ଷୟ କୁମାର ପାଣି, ଶୁଭ୍ରାଂଶୁ ଦାସ, ଗୟାଧର ଧଳ, ପ୍ରତାପ ମଲ୍ଲିକ, ରମଣୀରଞ୍ଜନ ରାଉତରାୟ, ନୃସିଂହ ପ୍ରସାଦ ପତ୍ରୀ, ଜ୍ଞାନଦେବ ବେଉରା, ଅଭିମନ୍ୟୁ ଗୋଚ୍ଛାୟତ, ଜ୍ୟୋସ୍ନାମୟୀ ପରିଡ଼ା, ପ୍ରିୟଦର୍ଶିନୀ ତରାଇ, ରବି ସାମଲ, ଅମ୍ବିକା ପରିଡ଼ା, ମୁକ୍ତାର ଖାଁ, ସୟଦ ଅବଦୁଲ ସତାର,

ଆଦିକନ୍ଦ ରାଉଳ, ଆଲୋକ ସାହୁ, ଫକୀର ଚରଣ ଖଟୁଆ, ସୁରେନ୍ଦ୍ରନାଥ ଜେନା, ବାବାଜୀ ପ୍ରତିହାରୀ, ନିରଞ୍ଜନ ମେକାପ, ତ୍ରିଲୋଚନ ଦାସ, ରବୀନ୍ଦ୍ର ପଣ୍ଡା, ଯଯାତି ମହାନ୍ତି, ପ୍ରତାପ ଦାସ, ରବୀନ୍ଦ୍ର ଜେନା, ରାଜକିଶୋର ସାହୁ, ଉମେଶ ନାୟକ, ପ୍ରତାପ ନାରାୟଣ ମହାପାତ୍ର, ହିରଣ୍ୟ ପଣ୍ଡା, ନିରାକାର ସ୍ୱାଇଁ, ଗୋଲଖ ପଢ଼ିଆରୀ, ହେମନ୍ତ ସାମଲ, ରଞ୍ଜନ ସାହୁ, ଅଜୟ ମହାନ୍ତି, ଗଗନବିହାରୀ ସାହୁ, ଲୋହିତ ମହାନ୍ତି, ଅଭିମନ୍ୟୁ ରାଉତ,ସ୍ୱର୍ଗତ ରାଉତଙ୍କ ଧର୍ମପତ୍ନୀ ଶକୁନ୍ତଳା ରାଉତଙ୍କ ସମେତ ଜିଲାର ବିଭିନ୍ନ ସ୍ଥାନରୁ ଆସିଥିବା ଜନପ୍ରତିନିଧିମାନେ ସ୍ୱର୍ଗତ ରାଉତଙ୍କ ବହୁମୁଖି ପ୍ରତିଭା ଉପରେ ଆଲୋକପାତ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

ଦଳମତ ନିର୍ବିଶେଷରେ ତାଙ୍କର ବ୍ୟକ୍ତିତ୍ୱ ସମାଜ ପାଇଁ ଆଦର୍ଶ ହୋଇଥିବାରୁ ସହରର ଏକ ପ୍ରମୁଖ ସ୍ଥାନରେ ତାଙ୍କର ପ୍ରତିମୂର୍ତି ସ୍ଥାପନ ଓ ପୂର୍ଣ୍ଣାଙ୍ଗ ଆତ୍ମଜୀବନୀ ପ୍ରକାଶ କରିବାକୁ ଟ୍ରଷ୍ଟ ପକ୍ଷରୁ ସମସ୍ତଙ୍କ ସହଯୋଗ କାମନା କରାଯାଇଥିଲା । ପ୍ରାରମ୍ଭରେ ପଣ୍ଡିତ ପ୍ରତାପ ପତି ବେଦପାଠ କରିଥିବା ବେଳେ ଟ୍ରଷ୍ଟ ସଦସ୍ୟ ମାନସ ରଞ୍ଜନ ରାଉତ ଧନ୍ୟବାଦ ପ୍ରଦାନ କରିଥିଲେ । ଟ୍ରଷ୍ଟର ଆବାହକ ରଶ୍ମିରଞ୍ଜନ ରାଉତ, ସ୍ମୃତିରଞ୍ଜନ ରାଉତ, ଦୀପକ ବାରିକ, ଉପେନ୍ଦ୍ର ନାୟକ, ଜ୍ଞାନରଞ୍ଜନ ରାଉତ ପ୍ରମୁଖ କାର୍ଯକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *