ଗ୍ରାମନନ୍ଦିପୁର ପଞ୍ଚାୟତରେ ବୁଲିଲା ଜୟ ଜଗନ୍ନାଥ ଅର୍ପଣ ରଥ

ଦଶରଥପୁର, ୧୨/୦୧/୨୦୨୪ (ଓଡ଼ିଶା ସମାଚାର)- ଦଶରଥପୁର ବ୍ଲକ ଗ୍ରାମନନ୍ଦିପୁର ପଞ୍ଚାୟତରରେ  ଆଜି  ସରପଞ୍ଚ ସଂଯୁକ୍ତା ମହାନ୍ତି ଜୟ ଜଗନ୍ନାଥ ଅର୍ପଣ ରଥର ଶୁଭାରମ୍ଭ କରିଥିଲେ । ବାଚସ୍ପତିଙ୍କ ପ୍ରତିନିଧି ପ୍ରଦୀପ କୁମାର ମହାନ୍ତି ଓ ଗ୍ରାମନନ୍ଦିପୁର ପ୍ରାଥମିକ କୃଷି ସେବା ସମବାୟ ସମିତିର ସଭାପତି ବିଷ୍ଣୁ ଚରଣ ମହାପାତ୍ରଙ୍କ ପ୍ରତେକ୍ଷ ତତ୍ୱାବଧାନରେ  ଜୟ ଜଗନ୍ନାଥ ଅର୍ପଣ ରଥ ପଞ୍ଚାୟତର ବିଭିନ୍ନ ଗ୍ରାମ ପରିକ୍ରମା  କରିବା ସହ  ଘରକୁ ଘର ରଥ ବୁଲାଯାଇଥିଲା । ଏହି ପରିପ୍ରେକ୍ଷୀରେ ଗ୍ରାମର  ପ୍ରତ୍ୟେକ ଘରେ ମହିଳା ମାନେ ମୁଠେ ଚାଉଳ, ଗୋଟିଏ ଗୁଆ ଓ ନଡ଼ିଆ ପ୍ରଦାନ କରୁଥିବା ଦେଖିବାକୁ ମିଳିଥିଲା  । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ଶତାଧିକ ଜନସାଧାରଣ  ଓ ପଞ୍ଚାୟତର ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠିର ମହିଳାମାନେ ଜୟ ଜଗନ୍ନାଥ ପରିକ୍ରମା ଅର୍ପଣ ରଥ ସହ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା  ।

Leave a Reply

Your email address will not be published. Required fields are marked *